ଦୁର୍ଘଟଣାଦେଶ

ବିମାନ ଦୁର୍ଘଟଣାରେ ଟାର୍ଜନ ଅଭିନେତା ଜୋ ଲାରାଙ୍କ ପରଲୋକ

ସତ୍ୟଶିଖା(ମୁମ୍ବଇ) ୩୧.୦୫.୨୦୨୧:  ୧୯୯୦ ଦଶକରେ ଟାର୍ଜନ ଟେଲିଭିଜନ ସିରିଜରେ ଟାର୍ଜନର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ୱିଲିୟମ ଜୋସେଫ ଲାରା ଓରଫ ଜୋ ଲାରା ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଶନିବାର ଘଟିଥିବା ଏହି ଦୁର୍ଘଟଣାରେ ୫୮ ବର୍ଷୀୟ ଜୋଙ୍କ ପତ୍ନୀ ଗ୍ବେନ୍‌ ଲାରାଙ୍କ ସମେତ ଅନ୍ୟ ୫ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଜୋଙ୍କ ସମେତ ଅନ୍ୟ ୬ ଜଣ ଏକ ଛୋଟ ବିମାନରେ ଯାତ୍ରା କରୁଥିଲେ। ତେବେ କୌଣସି କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ନାଶଭିଲେ ନିକଟ ନେଟେସ ହ୍ରଦରେ ଖସିପଡ଼ିଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଜୋ ଏବଂ ବିମାନରେ ଥିବା ଅନ୍ୟ ୬ ଜଣଙ୍କ ମୃତଦେହକୁ ପୁଲିସ ସନ୍ଧାନ କରୁଛି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ଶନିବାର ଜାରି କରାଯାଇଥିଲା। ମୃତକମାନେ ହେଲେ ବ୍ରାଣ୍ଡନ ହାନା, ଗ୍ବେନ ଏସ ଲାରା, ୱିଲିୟମ ଜୋ ଲାରା, ଡେଭିଡ ଏଲ ମାର୍ଟିନ, ଜେନିଫର ଜେ ମାର୍ଟିନ, ଜେସିକା ୱାଲ୍ଟର୍ସ ଏବଂ ଜୋନାଥନ ଭଲ୍ଟର୍ସ।

Show More
Back to top button