ସତ୍ୟଶିଖା :୧୭/୦୫/୨୦୨୫: ରେଙ୍ଗାଲି ଝାରସୁଗୁଡା ମଝିରେ ଟ୍ରେନ୍କୁ ପଥର ମାଡ ହୋଇଥିବା ସୂଚନା । ପଥର ମାଡରେ ଟ୍ରେନ୍ର କାଚ ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।ଖବର ଅନୁଯାୟୀ, ଶନିବାର ଭୋର ସମୟରେ ସମ୍ବଲପୁର ରେଙ୍ଗାଲି-ଝାରସୁଗୁଡ଼ା ମଝିରେ ତପସ୍ୱିନୀ ଏକ୍ସପ୍ରେସ୍କୁ ପଥରମାଡ଼ ହୋଇଛି । ଯେଉଁଥିରେ ଟ୍ରେନ୍ର କାଚ ଭାଙ୍ଗିବା ସହ ଅନେକ ସିଟ୍ ମଧ୍ୟ ନଷ୍ଟ ହୋଇଛି । ସକାଳ ୫ଟା ୪୫ ମିନିଟ୍ରେ ଟ୍ରେନ୍ B6ର ସିଟ୍ ନମ୍ବର ୧୫ ଏବଂ B7ରେ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ପଥର ମାଡ଼ କରିଛନ୍ତି । ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ ।
