ଆଜି ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଲୋଚନା


ସତ୍ୟଶିଖା (ଭୁବନେଶ୍ୱର ) ୨୬.୧୦.୨୦୨୩ : ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଆଜି ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ହେବ ଆଲୋଚନା । ଲକ୍ଷ୍ମୀ ବସ୍ ଚଳାଚଳ ଓ ତାକୁ ବିରୋଧ କରି ମାଲିକ ସଂଘ ଯେଉଁ ଦାବି ରଖିଛି ତାହା ହେଉଛି ବୈଠକର ମୁଖ୍ୟ ପ୍ରସଙ୍ଗ । ଦିନ ୧୧ଟା ବେଳେ ଖାରବେଳ ଭବନରେ ଏହି ମିଟିଂ ହେବାର ଅଛି । ବ୍ଲକ ହେର୍ଡ କ୍ୱାଟରରୁ ଜିଲ୍ଲା ହେଡ କ୍ୱାଟରକୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ଚାଲିଲେ ସେମାନଙ୍କର କ୍ଷତି ହେବ ଏବଂ ବହୁ କର୍ମଚାରୀ କାମ ହରାଇବେ ବୋଲି କହିଛି ସଂଘ । ଆଗରୁ ମଧ୍ୟ ଥରେ ବୈଠକ ହୋଇଥିଲା କିନ୍ତୁ ବାହାରି ପାରିନଥିଲା କୌଣସି ନିଷ୍କର୍ଷ । ତେଣୁ ଗତ ଶୁକ୍ରବାରରୁ ବସ୍ ବନ୍ଦ କରିଥିଲେ ମାଲିକମାନେ । ଦଶହରା ପାଇଁ ଲୋକେ ଯିବା ଆସିବାରେ ବହୁତ ହଇରାଣ ହୋଇଥିଲେ ।
ପରିବହନ ମନ୍ତ୍ରୀଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା ପରେ ସଂଘ ଆନ୍ଦୋଳନରୁ ଓହରିଥିଲା ଏବଂ ଶନିବାର ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା । ମାତ୍ର ହେଲେ ଜିଲ୍ଲା ସଂଘଗୁଡ଼ିକ ସହ ଆଲୋଚନା ନକରିବା ଯାଏଁ ଆନ୍ଦୋଳନ ପ୍ରତ୍ୟାହର ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ । ତେବେ ଆଜିର ବୈଠକରେ କଣ ନିଷ୍କର୍ସ ବାହାରୁଛି ତାହା ଉପରେ ଆଜି ସମସ୍ତଙ୍କ ନଜର ରହିଛି।