ସତ୍ୟଶିଖା( ତାଳଚେର )୦୪ .୦୭ . ୨୦୨୨: ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ବନ୍ଦ ଫଳରେ ତାଳଚେର ଅଞ୍ଚଳରେ ଥିବା ଏମ୍ସିଏଲ୍ର ବିଭିନ୍ନ କୋଇଲା ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି। ଏହାସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଏହି ବନ୍ଦକୁ ତାଳଚେର ବସ୍ ମାଲିକ ସଂଘ ସମର୍ଥନ ଜଣାଇଛି।