ସତ୍ୟଶିଖା ୦୮/୧୨/୨୦୨୦ : ସାଲମୋନେଲା ଟାଇଫି ନାମକ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ଟାଇଫଏଡ ଜ୍ବର ହୋଇଥାଏ । ଏହି ରୋଗ ଯୋଗୁଁ ରକ୍ତର ଅଭାବ ହୋଇଥାଏ ଏବଂ ଲିଭର ଠିକ ଭାବେ କାମ କରିନଥାଏ । ଟାଇଫଏଡ଼ ଜ୍ବର ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଇଥାଏ । ଟାଇଫଏଡ଼ ରୋଗୀଙ୍କୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଟାଇଫଏଡ଼ ରୋଗୀଙ୍କୁ ଡାଏଟରେ କେଉଁ କେଉଁ ଜିନିଷ ସାମିଲ କରିବା ଉଚିତ୍ । ନିମ୍ନଲିଖିତ ଜିନିଷ ଗୁଡ଼ିକ ସେବନ ଟାଇଫଏଡ଼ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।
୧. ତରଳ ପଦାର୍ଥ କରନ୍ତୁ ସେବନ : ଟାଇଫଏଡ଼ ରୋଗୀଙ୍କୁ ଅଧିକରୁ ଅଧିକ ତରଳ ପଦାର୍ଥ ସେବନ କରିବା ଉଚିତ୍ । ଟାଇଫଏଡ଼ ରୋଗୀଙ୍କୁ ପ୍ରତିଦିନ ଅତି କମରେ ୮ଗିଲାସ ପାଣି ସେବନ କରିବା ଉଚିତ୍ । ଏହି ରୋଗରେ ନଡ଼ିଆ ପାଣି ସେବନ ମଧ୍ୟ ଲାଭଦାୟକ ହୋଇଥାଏ ।