ଏହି ୫ଟି ଜିନିଷର ସେବନ କଲେ ଟାଇଫଏଡ ଜ୍ବରରେ ଆରାମ ମିଳିବ

ସତ୍ୟଶିଖା ୦୮/୧୨/୨୦୨୦ : ସାଲମୋନେଲା ଟାଇଫି ନାମକ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ଟାଇଫଏଡ ଜ୍ବର ହୋଇଥାଏ । ଏହି ରୋଗ ଯୋଗୁଁ ରକ୍ତର ଅଭାବ ହୋଇଥାଏ ଏବଂ ଲିଭର ଠିକ ଭାବେ କାମ କରିନଥାଏ । ଟାଇଫଏଡ଼ ଜ୍ବର ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଇଥାଏ । ଟାଇଫଏଡ଼ ରୋଗୀଙ୍କୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଟାଇଫଏଡ଼ ରୋଗୀଙ୍କୁ ଡାଏଟରେ କେଉଁ କେଉଁ ଜିନିଷ ସାମିଲ କରିବା ଉଚିତ୍ । ନିମ୍ନଲିଖିତ ଜିନିଷ ଗୁଡ଼ିକ ସେବନ ଟାଇଫଏଡ଼ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।
୧. ତରଳ ପଦାର୍ଥ କରନ୍ତୁ ସେବନ : ଟାଇଫଏଡ଼ ରୋଗୀଙ୍କୁ ଅଧିକରୁ ଅଧିକ ତରଳ ପଦାର୍ଥ ସେବନ କରିବା ଉଚିତ୍ । ଟାଇଫଏଡ଼ ରୋଗୀଙ୍କୁ ପ୍ରତିଦିନ ଅତି କମରେ ୮ଗିଲାସ ପାଣି ସେବନ କରିବା ଉଚିତ୍ । ଏହି ରୋଗରେ ନଡ଼ିଆ ପାଣି ସେବନ ମଧ୍ୟ ଲାଭଦାୟକ ହୋଇଥାଏ ।୨. କାର୍ବୋହାଇଡ୍ରେଟ୍ ଯୁକ୍ତ ଜିନିଷ ଖାଦ୍ୟରେ ସାମିଲ କରନ୍ତୁ : ଟାଇଫଏଡ ରୋଗୀଙ୍କୁ ଡାୟେଟରେ କାର୍ବୋହାଇଡ୍ରେଟ୍ ଯୁକ୍ତ ଜିନିଷ ସାମିଲ କରିବା ଉଚିତ୍ । ଯେଉଁ ଜିନିଷ ସହଜରେ ହଜମ ହୋଇଯାଉଥିବ ସେହି ଜିନିଷଗୁଡ଼ିକ ସେବନ କରିବା ଉଚିତ୍ । ଏହି ରୋଗରେ ସିଝା ଆଳୁ ଏବଂ ସିଝା ଚାଉଳ ସେବନ ଲାଭଦାୟକ ହୋଇଥାଏ ।
୩. କିସମିସ୍ : ଟାଇଫଏଡ଼ ଜ୍ବରରେ କିସମିସ୍ ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଟାଇଫଏଡ ରୋଗୀଙ୍କୁ କିସମିସରେ ସୈନ୍ଧବ ଲବଣ ଲଗାଇ କିମ୍ବା ତାଓ୍ବାରେ ଭାଜି ଖାଇବା ଉଚିତ୍ । ଭୀଷଣ ଜ୍ବରରେ ଆପଣ ୪ରୁ ୫ଟି କିସମିସ୍ ଭାଜି ଖାଇ ପାରିବେ ।
୪. ଦୁଗ୍ଧଜାତ ଦ୍ରବ୍ୟ କରନ୍ତୁ ସେବନ : ଟାଇଫଏଡ ରୋଗୀଙ୍କୁ ଦୁଗ୍ଧଜାତ ଦ୍ରବ୍ୟ ଅଧିକରୁ ଅଧିକ ସେବନ କରିବା ଉଚିତ୍ । ଏହି ରୋଗରେ ଦୁଗ୍ଧଜାତ ଦ୍ରବ୍ୟର ସେବନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
୫. ଡାୟେଟରେ ହାଇ କ୍ୟାଲୋରୀ ଖାଦ୍ୟ କରନ୍ତୁ ସାମିଲ : ଟାଇଫଏଡ଼ ରୋଗୀଙ୍କୁ ହାଇ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଡାୟେଟରେ ସାମିଲ କରିବା ଉଚିତ୍ । ଟାଇଫଏଡରେ ଅତ୍ୟଧିକ ଦୁର୍ବଳ ଅନୁଭବ ହୋଇଥାଏ । ଦୁର୍ବଳତା ଦୂର କରିବା ପାଇଁ ହାଇ କ୍ୟାଲୋରୀ ଯୁକ୍ତ ଖାଦ୍ୟ ସେବନ କରିବା ଅତ୍ୟନ୍ତ ଜରୁରୀ । ଟାଇଫଏଡ ରୋଗୀ କଦଳୀ,କନ୍ଦମୂଳ ଏବଂ ପିନଟ୍ ବଟର ଭଳି ଖାଦ୍ୟ ଡାୟେଟରେ ସାମିଲ କରିପାରିବେ ।