ନ୍ୟୁଜ୍ସ୍ୱାସ୍ଥ୍ୟ

ମୁହଁ ଧୋଇଲା ବେଳେ ଆପଣାନ୍ତୁ ଏହି ସତର୍କତା ନହେଲେ ଭୋଗିବେ ସାଙ୍ଘାତିକ ଅବସ୍ଥା

ସତ୍ୟଶିଖା( ଭୁବନେଶ୍ୱର )୨୨.୧୦.୨୦୨୨: ପୁଅ ହୁଅନ୍ତୁ କି ଝିଅ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯିବାକୁ କିଏ ବା ନଚାହେଁ । ଆକ୍ଟ୍ରାଟିଭ ଲୁକ ପାଇଁ ବଜାରରୁ କିଣି ଆଣନ୍ତି ବିଭିନ୍ନ ପ୍ରକାରର କସମେଟିକ । ଏହା ସହିତ ଆପଣାନ୍ତି ନାନା ଉପାୟ । ହେଲେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ତ୍ୱଚାକୁ ସବୁବେଳେ ସଫା ରଖିବା ଦରକାର ଏବଂ ସଠିକ୍ ଉପାୟରେ ମୁହଁ ଧୋଇବା ଜରୁରୀ, ତେବେ ମୁହଁ ଧୋଇବା ବେଳେ ଆମେ ମାନେ ବିଭିନ୍ନ ସତର୍କତା ଅବଲମ୍ବନ କରିବା  ।

– ଅନେକ ଲୋକ ନିଜ ସ୍କିନ୍ ଟାଇପ୍ ନ ଜାଣି ଫେସୱାଶ ବ୍ୟବହାର କରିଥା’ନ୍ତି, ଯାହାକି ପରବର୍ତ୍ତୀ ସମୟରେ ତ୍ୱଚାକୁ ନଷ୍ଟ କରିଦେଇଥାଏ । ତେଣୁ ସବୁବେଳେ ନିଜ ତ୍ୱଚାର ପ୍ରକାର ଜାଣିବା ପରେ ସେହି ହିସାବରେ ଫେସୱାଶ୍ ବ୍ୟବହାର କରନ୍ତୁ ।

– ଅନେକ ଲୋକ ମୁହଁ ଧୋଇଲା ବେଳେ ମୁହଁକୁ ତଳ ଆଡକୁ ଘଷି ଧୂଅନ୍ତି । ଏହା ମଧ୍ୟ ଏକ ଭୁଲ୍ କାମ । ଆପଣ ଫେସୱାଶରେ ମୁହଁ ଧୁଅନ୍ତୁ ବା ସ୍କ୍ରବ୍ କରନ୍ତୁ କିମ୍ବା କ୍ରିମ୍ ଲଗାନ୍ତୁ, ମାଲିସ୍ ପାଇଁ ଆଙ୍ଗୁଠିକୁ ସବୁବେଳେ ଉପର ଆଡକୁ କରିବା ଉଚିତ୍ । ତଳ ଆଡକୁ କରି ମାଲିସ୍ କଲେ ତ୍ୱଚା ଖୁବ୍ ଶୀଘ୍ର ବୟସ୍କ ବ୍ୟକ୍ତିଙ୍କ ପ୍ରତି ଝୁଲି ପଡିବ ।

– ସେହିପରି କିଛି ଲୋକ ସଫା ଓ ସୁନ୍ଦର ଦେଖାଯିବାକୁ ପ୍ରତିଦିନ ଫେସୱାସ୍ ଭଳି ସ୍କ୍ରବ ବ୍ୟବହାର କରିଥାନ୍ତି । ହେଲେ ଏହା ତ୍ୱଚା ପାଇଁ ଆଦୌ ଠିକ୍ ନୁହେଁ । ସବୁବେଳେ ସ୍କ୍ରବ କରିବା ଦ୍ୱାରା ତ୍ୱଚା ରୁକ୍ଷ ହୋଇଯାଏ ଓ ତ୍ୱଚାର ନମନୀୟତା ନଷ୍ଟ ହୋଇଯାଏ । ଫଳରେ ଚେହେରା ବୟସ ପୂର୍ବରୁ ବୟସ୍କ ପରି ଲାଗେ । ତେଣୁ ସପ୍ତାହରେ ଥରେ ସ୍କ୍ରବ୍ କରନ୍ତୁ ।

– କିଛି ଲୋକ ସାବୁନରେ ମୁହଁ ଧୋଇଥା’ନ୍ତି । ହେଲେ ଏହା ତ୍ୱଚା ପାଇଁ ବିପଦ । ସାବୁନ୍ ଆମ ତ୍ୱଚାକୁ ଶକ୍ତ କରିବା ସହ କୋମଳତା ନଷ୍ଟ କରିଦିଏ । ତେଣୁ ସାବୁନ ବଦଳରେ ଫେସ୍ ୱାଶ୍ ବ୍ୟବହାର କରନ୍ତୁ ।

– ଲୋକେ ଶୀତ ଦିନ ଆସିଲେ ହେଉ କିମ୍ବା ଅନ୍ୟ ଦିନ ଗୁଡ଼ିକରେ ମଧ୍ୟ ମୁହଁରୁ ଧୂଳିବାହାର କରିବା ନିମନ୍ତେ ଗରମ ପାଣିରେ ମୁହଁ ଧୋଇଥା’ନ୍ତି, ଯାହା ତ୍ୱଚା ପାଇଁ ଆଦୌ ଠିକ୍ ନୁହେଁ । ଗରମ ପାଣି ତ୍ୱଚାକୁ ଶୁଷ୍କ କରିଦିଏ । ଫଳରେ ତ୍ୱଚା ଶୀଘ୍ର ଖରାପ ହୋଇଯାଏ । ତେଣୁ ସବୁବେଳେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ ।

– ସବୁଠାରୁ ବଡ ଭୁଲ୍ ହେଉଛି ରାତିରେ ଶୋଇବା ପୂର୍ବରୁ ଚେହେରା ନ ଧୋଇବା । ଦିନ ସାରାର ଧୂଳି ମଳି ଓ ମେକ୍ ଅପ୍ ତ୍ୱଚାରେ ଜମା ହୋଇ ତ୍ୱଚାର ଛିଦ୍ରକୁ ବନ୍ଦ କରିଦେଇଥାଏ । ଫଳରେ ତ୍ୱଚା ଅତ୍ୟଧିକ ଶୁଷ୍କ ହେବା ସହ ଶୀଘ୍ର ଖରାପ ହୋଇଯାଏ । ଏଣୁ ରାତିରେ ଶୋଇବା ଆଗରୁ ମୁହଁ ଧୋଇ ଶୁଅନ୍ତୁ ।

Show More
Back to top button