ନ୍ୟୁଜ୍ରାଜ୍ୟ

କେରଳରେ ଦୁଇ ଓଡ଼ିଆ ଶ୍ରମିକ ମୃତ

କାମ କରୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ

ସତ୍ୟଶିଖା(ଭଞ୍ଜନଗର )୨୭.୧୦.୨୦୨୨: କେରଳରେ ଦୁଇ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ  ଏକଲପୁରର ସୁଶାନ୍ତ ନାୟକ ଓ କୁସନଗାଡ଼ିଆର ଶଙ୍କର ନାୟକ। ଛାତ ଭୁଶୁଡ଼ି ପଡ଼ିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୁଶାନ୍ତ ଓ ଶଙ୍କର କାମ କରିବାକୁ କେରଳର ଏଣ୍ଣାକୁଲମ ଯାଇଥିଲେ। ଗତକାଲି ସକାଳେ ଗାନ୍ଧି ଛକରେ ଏକ ନିର୍ମାଣାଧୀନ କୋଠାର କାମ ଚାଲିଥିଲା। ଉଭୟ ଅନ୍ୟ ଶ୍ରମିକଙ୍କ ସହ କାମ କରୁଥିଲେ। ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା। ଅନ୍ୟ ଶ୍ରମିକଙ୍କ ସହ ସୁଶାନ୍ତ ଓ ଶଙ୍କର ମାଟି ତଳେ ଚାପି ହୋଇ ଯାଇଥିଲେ। ଅଗ୍ନିଶମ ବାହିନୀ ସମସ୍ତଙ୍କୁ  ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ସୁଶାନ୍ତ ଓ ଶଙ୍କରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେମାନଙ୍କର ମୃତଦେହ ଗାଁକୁ ଆଣିବାରେ ସାହାଯ୍ୟ କରିବାକୁ ପରିବାର ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି।  ଉଭୟଙ୍କ ମୃତ୍ୟୁପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 

Show More
Back to top button