ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : ଡାଇବେଟିସ ଏମିତି ଏକ ରୋଗ ଯାହା କି ଧୀରେ ଧୀରେ ମଣିଷ ର ବିଭିନ୍ନ ଅଙ୍ଗକୁ ନଷ୍ଟ କରି ଦିଏ। ବେଳେ ବେଳେ ରୋଗୀର ଜୀବନ ମଧ୍ୟ ଚାଲି ଯାଏ। ଦୀର୍ଘ ସମୟ ଧରି ଡାଇବେଟିସରେ ପୀଡିତ ହେବା ପରେ କିମ୍ବା ରକ୍ତ ସର୍କରାର ପରିମାଣ ନିୟନ୍ତ୍ରଣରେ ନ ରୁହେ ତାଙ୍କର ଶରୀର ବିଭିନ୍ନ ଅଙ୍ଗ ଯଥା- ଆଖି, କିଡନୀ, ହାର୍ଟ ସହ ପାଦରେ ମଧ୍ୟ ଏହା କୁ-ପ୍ରଭାବ ପକାଇଥାଏ। ଗୋଡ଼ ଓ ପାଦରୁ ସ୍ପର୍ଶ ଶକ୍ତି କମିଯିବା, ରକ୍ତ ସଞ୍ଚାଳନ କମି ଯିବ। କିଛି ଲକ୍ଷଣ ଯେମିତି କି ଗୋଡ଼ ଓ ପାଦ ଧୀରେ ଧୀରେ କଳା ପଡିଥାଏ, ମାଛ ଆଖିଆ ହୋଇଥାଏ।
ଗୋଡ଼ରେ ଘା’ ହୁଏ ଶୁଖେ ନାହିଁ। ପାଦ ବାରମ୍ବାର ଜଳା ପୋଡା ହେବା, ପାଦ ନଖ ଗୁଡିକ ମୋଟା ହୋଇ ଯିବା, ପାଦରୁ ବାରମ୍ବାର ଚପଲ ଖସି ଯିବା। ଏପରି ନାନା ସମସ୍ୟା ହୋଇଥାଏ। ହେଲେ ଏହାର ନିରାକରଣ ମଧ୍ୟ ରହିଛି – ଡାଇବେଟିସ ରୋଗୀ ବାରମ୍ବାର ସକାଳୁ ଉଠିଲେ ନିଜ ପାଦକୁ ଦେଖିବା ଦରକାର। ଘରେ ଓ ବାହାରେ ଉଭୟ ଜାଗାରେ ଚପଲ ଅଧିକ ବ୍ୟବହାର କରିବା ଦରକାର। ଡାଇବେଟିସ ରୋଗୀମାନେ ସ୍ୱତନ୍ତ୍ର ଜୋତା ଵ୍ୟଵହାର କରିବା ନିହାତି ଆବଶ୍ୟକ। ଏହା ସହ ପ୍ରତି ଦୁଇ ମାସରେ ଥରେ କିମ୍ବା ଦୁଇ ଥର ଡାକ୍ତରଙ୍କ ପରାମର୍ଶ ନେଇ ପାଦର ପରୀକ୍ଷା କରିବା ନିହାତି ଜରୁରୀ।