ସତ୍ୟଶିଖା ( ଭୁବନେଶ୍ୱର ) ୦୬ .୧୦.୨୦୨୦ : କେମିତି ଖାଇବେ ଫାଭିପିରାଭିର ? ହୋମ କ୍ବାରେଣ୍ଟାଇନରେ ଥିବା ସମୟରେ ଖାଇବାକୁ ଅନୁମତି । ଏବେ ଏହାକୁ ନେଇ ବିସ୍ତୃତ ବିବୃତ୍ତି ରଖିଛନ୍ତି ରାଜ୍ୟ ସରକାର । ଏହି ମେଡିସିନ ସହ ଆକ୍ରାନ୍ତ ଡାଇବେଟିସ ଓ ବ୍ଲଡପ୍ରେସର ଔଷଧ ନେଇପାରିବେ । ରୋଗ ଓ ଔଷଧ ନୂଆ ତେଣୁ ସେବନ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ । ତେବେ ଯଦି କୋରୋନା ଚିହ୍ନଟ ହେବା ପରେ ପ୍ରାଥମିକ ସମୟରୁ ଏହାର ସେବନ କରାଯାଏ ତେବେ କମିବ ଥଣ୍ଡା ଓ କାଶ । ଫାଭିପିରାଭିର ଏକ ଆଣ୍ଟି ଭାଇରାଲ ଡ୍ରଗ । ଏହାକୁ ଖାଇଲେ ଭୂତାଣୁ ସଂଖ୍ୟା କମାଇବା ସହ ନିୟନ୍ତ୍ରଣରେ ରଖେ । ତେବେ ଏହା ନୂଆ ହୋଇଥିବାରୁ ରୋଗୀଙ୍କଠୁ ଅନୁମତି ପତ୍ରରେ ଦସ୍ତଖତ ନିଆଯାଉଛି । ତେବେ ଏହାର ସେବନ ସମୟରେ ମଦ୍ୟପାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏହି ମେଡିସିନକୁ ଲକ୍ଷଣ ଥିବା ରୋଗୀ ଡାକ୍ତରଙ୍କ ପରାମର୍ଶରେ ଖାଇପାରିବେ । ତେବେ ବର୍ତ୍ତମାନ ସୁଦ୍ଧା ଏହି ମେଡିସିନ ସାରା ରାଜ୍ୟରେ ଉପଲବ୍ଧ ହୋଇନାହିଁ । ଏବେ କେବଳ ଖୋର୍ଦ୍ଧା, କଟକ ଓ ପୁରୀ ପରି ଜିଲ୍ଲାରେ ମିଳୁଛି ।
କୋରୋନା ଚିହ୍ନଟ ହେବା ପରେ ପ୍ରାଥମିକ ସମୟରୁ ସେବନ କରନ୍ତୁ ଫାଭିପିରାଭିର l
