ଜୀବନମନ୍ତ୍ରରୂପସଜ୍ଜା

ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ, କେଶ ଝଡ଼ିବା ସମସ୍ୟାକୁ ଚୁଟ୍‌କିରେ ସମାଧାନ କରନ୍ତୁ

ସତ୍ୟଶିଖା ୧୧/୦୨/୨୦୨୧ : ଶୀତ ଦିନେ କେଶ ଝଡ଼ିବା ଏକ ମୁଖ୍ୟ ସମସ୍ୟା । ଆଜିକାଲି ପରିବେଶ ପ୍ରଦୂଷଣ କାରଣରୁ ପ୍ରାୟ ସବୁ ଋତୁରେ କେଶ ଝଡୁଥିଲେ ବି ଶୀତ ଦିନେ ବିଶେଷ ମାତ୍ରାରେ ଝଡ଼ିଥାଏ । ଏହାକୁ ନେଇ ପୁଅରୁ ଝିଅ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିିତ ରହିବା ଏକ ସ୍ବାଭାବିକ କଥା, କାରଣ ଆଜିକାଲି ଚନ୍ଦା ହେବାଟା ଆଉ ବଡ଼ କଥା ହୋଇ ନାହିଁ । ମାତ୍ର ଆମେ ନିଜ କେଶର ଠିକ୍‌ ଭାବେ ଯତ୍ନ ନେଇପାରିଲେ ଚନ୍ଦା ସମସ୍ୟାରୁ ନିଜକୁ ଦୂରେଇ ରଖିପାରିବା । ଶତ ପ୍ରତିଶତ କେଶ ଝଡ଼ିବା ରୋକି ନପାରିଲେ ବି କିିଛି ମାତ୍ରାରେ ଏହାକୁ ଆୟତ୍ତ କରିପାରିବା । ଯେଉଁଦିନ କେଶ ସଫା କରିବାର ଅଛି ତା’ର କିଛି ସମୟ ପୂର୍ବରୁ ପାଚିଲା କଦଳୀରେ ମହୁ ମିଶ୍ରଣ କରି ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ । ତାହାକୁ ନିଜ ମୁଣ୍ଡରେ ଲଗାନ୍ତୁ । ଲଗାଇବା ପରେ କଦଳୀ କେଶରେ ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । କେଶ ଶୁଖିଯିବା ପରେ ମୁଣ୍ଡକୁ ସଫା କରିଦିଅନ୍ତୁ ।

ଏହାବ୍ୟତୀତ ଆପଣ ମହୁରେ ଲେମ୍ବୁ ରସ ମିଶାଇ ମଧ୍ୟରେ କେଶରେ ଲଗାଇ ପାରିବେ । ଏହା ଦ୍ବାରା କେଶର ରୁକ୍ଷପଣ ଦୂର ହୋଇଥାଏ ଓ ଅପେକ୍ଷାକୃତ କେଶ ଝଡ଼ିବା କମ୍‌ ହୋଇଥାଏ । ଆପଣ ଲଗାଇଉଥିବା ତେଲ ବୋତଲ୍‌ରେ କିଛି ମେଥି ଗୁଣ୍ଡ କରି ପକାଇ ଦିଅନ୍ତୁ । ମେଥି ନୂଆ ‌ଚୁଟି ଉଠାଇବାରେ ସାହାଯ୍ୟ କରିଥାଏ । ଆପଣଙ୍କର ଝଡ଼ି ଯାଇଥିବା କେଶ ସ୍ଥାନରୁ ନୂଆ କେଶ ଉଠାଇବାରେ ମେଥି ବିଶେଷ ସହାୟକ ହେବ । ଏହାବ୍ୟତୀତ ଆପଣ ନିଜ କେଶକୁ ଯେତେ ମଳିଧୂଳିଠାରୁ ଦୂରରେ ରଖିପାରିବେ । ସପ୍ତାହକୁ ଅତିକମ୍‌ର ୨ ଥର ‌ମୁଣ୍ଡ ଧୋଇବା ଅଭ୍ୟାସ କରନ୍ତୁ ।

Show More
Back to top button