ନିୟମିତ ସେବନ କରନ୍ତୁ ଗୋଟିଏ ଗ୍ଲାସ୍ କଲରା ଜୁସ୍ : ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର l

ସତ୍ୟଶିଖା ( ଭୁବନେଶ୍ୱର ) ୦୧ .୧୦ ୨୦୨୦ :   ଅଧିକାଂଶ ସମୟରେ ଲୋକେ ନିଜ ଶରୀରର ଓଜନକୁ ନେଇ ଚିନ୍ତିତ ଥାଆନ୍ତି । ବାହାର ଖାଦ୍ୟ, ଜଙ୍କ୍ ଫୁଡ୍, ଅସମୟରେ ଖାଇବା ଆଦି ଓଜନ ବଢିବାର କିଛି କାରଣ । ଏହିଭଳି ସ୍ଥିତିରେ କଲରା ଜୁସ୍ ଓଜନ ନିୟନ୍ତ୍ରଣ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ତା’ଛଡା କଲରା ଜୁସର ଅନେକ ଲାଭ ମଧ୍ୟ ରହିଛି । କଲରାର ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକର । ଶରୀରରେ ସୁଗର୍ ଲେଭଲ୍ କମ୍ କରିବାରେ କଲରା ବହୁତ ମହତ୍ତ୍ୱପୂର୍ଣ୍ଣ । ଏହାସହ ଓଜନ କମ୍ କରିବାରେ ଓ ନିୟନ୍ତ୍ରଣରେ ରଖିବାରେ ମଧ୍ୟ କଲରା ବହୁତ ଲାଭଦାୟୀ । ଏହାର ଅନ୍ୟ ସ୍ୱାସ୍ଥ୍ୟଗତ ଗୁଣ ମଧ୍ୟ ରହିଛି । ଜାଣନ୍ତୁ କ’ଣ କ’ଣ ….

କ୍ୟାନସରରୁ ରକ୍ଷା କରିଥାଏ – ଏକ ରିପୋର୍ଟ ଅନୁଯାୟୀ, କଲରା ଜୁସ୍ କ୍ୟାନସର କୋଷର କ୍ଷମତାକୁ ସୀମିତ କରିଥାଏ । ଏହା କୋଷର ଉର୍ଜା ସ୍ରୋତକୁ କମ୍ କରିବା ସହ ତାକୁ ମାରିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ କଲରା ଜୁସ୍ ସ୍ତନ କ୍ୟାନସରର ଚିକିତ୍ସା କରିବାରେ ସହାୟକ ।

ଶ୍ୱାସ ରୋଗ ଚିକିତ୍ସା ପାଇଁ ସହାୟକ – ନିୟମିତ କଲରା ରସ ସେବନ କରିବା ଦ୍ୱାରା ପୁରୁଣା କାଶ ଦୂର ହୋଇଥାଏ । କଲରା ଜୁସ୍ ଶ୍ୱାସ ରୋଗ ଓ ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ଏକ ପ୍ରଭାବୀ ଉପାୟ ।

ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି – କଲରା ଖାଇବା ଦ୍ୱାରା ଏବଂ କଲରା ରସ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସଫା ହୋଇଥାଏ । ରକ୍ତ ସଫା ହେବା ଫଳରେ ଏହା ତ୍ୱଚାର ରେଖା ହଟାଇବାରେ ସହାୟକ ହୋଇଥାଏ ଏବଂ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ ।

 

Exit mobile version