ବିଦେଶ

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ, ତଥାପି ଆଇସିୟୁରେ ଅଛନ୍ତି

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଧୀରେଧୀରେ ସୁସ୍ଥ ହେଉଛନ୍ତି। ତଥାପି ସେ ଆଇସିୟୁରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ରଖାଯାଇଛି।

ଆହୁରି ପଢ଼ନ୍ତୁ

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି, “ସୋମବାର ଠାରୁ କରୋନା ଯୋଗୁ ବୋରିସ ଜନସନ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।

ଦୁଇ ଦିନ ଆଇସିୟୁରେ ରହିବା ପରେ ଆଜି ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି। କିନ୍ତୁ ସେ ଆଇସିୟୁରୁ ବାହାରି ନାହାନ୍ତି। ଆମର ଆଶା ସେ ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ।”

[ad_2]
Show More
Back to top button