ସରକାରଙ୍କ ବୟାନ ଏଲପିଜି ସବସିଡିକୁ ନେଇ

ସତ୍ୟଶିଖା (ନୂଆଦିଲ୍ଲୀ) ୨୮/୧୧/୨୦୨୦ : ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ରେ ସରକାର ନିଜର ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି । ଏହିଭଳି ସ୍ଥିତିରେ ୭ କୋଟିରୁ ଅଧିକ ଏଲପିଜି ଗ୍ୟାସ ବ୍ୟବହାର କରୁଥିବା ଗ୍ରାହକଙ୍କ ମନରେ ସବସିଡିକୁ ନେଇ ନାନା ପ୍ରଶ୍ନ ଉଠୁଥିଲା । ଲୋକଙ୍କ ମନରେ ଉଠୁଥିବା ଏହି ପ୍ରଶ୍ନକୁ ନେଇ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ କହିଥିଲେ ଯେ ବିପିସିଏଲର ଘରୋଇକରଣ ପରେ ମଧ୍ୟ ଉପଭୋକ୍ତାଙ୍କୁ ଗ୍ୟାସ ସବସିଡି ମିଳିବ । ତୈଳ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (I.O.C), ବିପିସିଏଲ (B.P.C.L) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (H.P.C.L) ଉପଭୋକ୍ତାଙ୍କୁ ସବସିଡିରେ ଗ୍ୟାସ ଯୋଗାଇଥାଏ ।
ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସମସ୍ତ ଭେରିଫାଏଡ ଗ୍ରାହକଙ୍କୁ ଡିଜିଟାଲ ତରିକାରେ ଏଲପିଜି ସବସିଡି ଗ୍ୟାସ ଦିଆଯାଇଥାଏ । ଯେହେତୁ ଉପଭୋକ୍ତାଙ୍କୁ ସିଧାସଳଖ ଭାବେ ଗ୍ୟାସ ଦିଆଯାଇଥାଏ ସେଥିପାଇଁ ସର୍ଭିସିଂ କମ୍ପାନୀ ସାର୍ବଜନିକ କ୍ଷେତ୍ର ନା ଘରୋଇ କ୍ଷେତ୍ର ସେନେଇ କୌଣସି ଫରକ ପଡ଼ିନଥାଏ । ବିନିଯୋଗ ପରେ ମଧ୍ୟ ବିପିସିଏଲ ଉପଭୋକ୍ତାଙ୍କ ପାଇଁ ଏଲପିଜି ସବସିଡି ପୂର୍ବ ଭଳି ଜାରି ରହିବ ।
ବିପିସିଏଲ ମୁମ୍ବାଇ, କୋଚି, ବିଣା (ମଧ୍ୟ ପ୍ରଦେଶ), ନୁମାଲିଗଡ(ଆସାମ)ରେ ପ୍ରତିବର୍ଷ ୩୮.୩ ମିଲିୟନ ଟନ ସଂଯୁକ୍ତ କ୍ଷମତା ସହ ୪ଟି ରିଫାଇନାରୀ ସଞ୍ଚାଳନ କରିଥାଏ ଯାହା ଭାରତର ୨୪୯.୮ ମିଲିୟନ ମୋଟ ଶୋଧନ କ୍ଷମତାର ୧୫.୩ ପ୍ରତିଶତ ।
ସରକାର ବିପିସିଏଲରେ ପ୍ରବନ୍ଧନ ନିୟନ୍ତ୍ରଣ ସହ ନିଜର ୫୩ ପ୍ରତିଶତ ଅଂଶଧନ ବିକ୍ରି କରୁଛି । ନୂଆ ମାଲିକଙ୍କୁ ଭାରତର ତୈଳ ଶୋଧନ କ୍ଷମତାର ୧୫.୩୩ ପ୍ରତିଶତ ଇନ୍ଧନ ବିପଣନର ୨୨ ପ୍ରତିଶତ ଅଂଶ ମିଳିବ । ଏହା ଦେଶରେ ୧୭ ହଜାର ୩୫୫ ପେଟ୍ରୋଲ ପମ୍ପ, ୬ ହଜାର ୧୫୯ ଏଲପିଜି ବିତରକ ଏଜେନ୍ସି ଓ ୨୫୬ ବିମାନ ଇନ୍ଧନ ଷ୍ଟେସନରୁ ୬୧ଟି ର ମାଲିକ । କେନ୍ଦ୍ର ସରକାର ଗୋଟିଏ ବର୍ଷରେ ପ୍ରତ୍ୟେକ ଘରେ ୧୪.୨ କିଲୋର ୧୨ଟି ଗ୍ୟାସ ସିଲିଣ୍ଡର ସବସିଡି ଦରରେ ଦେଇଥାନ୍ତି । ଏହି ସବସିଡି ସିଧା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ ।






