
ସତ୍ୟଶିଖା (ନୂଆଦିଲ୍ଲୀ) ୦୨/୦୧/୨୦୨୧ : କରୋନା ମହାମାରୀ ମଧ୍ୟରେ ନୂଆବର୍ଷକୁ ସ୍ଵାଗତ କରିଛନ୍ତି ବିଶ୍ୱବାସୀ । ଏହା ସହ ସୋସିଆଲ ମିଡିଆ ଆପ୍ ଫେସବୁକ ସମେତ ଏହାର ଅନ୍ୟ ଆପଗୁଡିକ ପାଇଁ ମଧ୍ୟ ନୂଆବର୍ଷ ସକାରାତ୍ମକ ସାବ୍ୟସ୍ତ ହୋଇଛି । କମ୍ପାନୀର ମେସେଜିଂ ଆପଗୁଡିକ ନୂଆବର୍ଷରେ ତାର ଭଏସ୍ କଲ ଏବଂ ଭିଡିଓ କଲରେ ୫୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି । ଅର୍ଥାତ ୨୦୧୯ ମସିହା ତୁଳନାରେ ୨୦୨୦ରେ ଏହା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ।
ରିପୋର୍ଟ ଅନୁଯାୟୀ ହ୍ବାଟ୍ସଆପ୍ ବ୍ୟବହାରକାରୀମାନେ ପ୍ରାୟ ୧.୪ ବିଲିୟନ ଅର୍ଥାତ ୧୪୦ କୋଟି ଥର ଭିଡିଓ କଲ ଓ ଭଏସ୍ କଲ କରାଯାଇଥିବା ସୂଚନା ମିଳିଛି । କରୋନା ମହାମାରି କାରଣରୁ ଅନେକ ଲୋକ ଘରେ ଥିବାରୁ ଅନଲାଇନ ମାଧ୍ୟମରେ ବନ୍ଧୁ, ପରିଜନମାନଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଥିଲେ ।
ଏହା ସହ ଫେସବୁକରେ ପ୍ରାୟ ୫୫ ମିଲିୟନ ଲାଇଭ୍ ବ୍ରଡକାଷ୍ଟ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ମହାମରି ସମୟରେ ଶିଳ୍ପ ସଂସ୍ଥାଗୁଡିକର ବ୍ୟାପକ କ୍ଷତି ଘଟିଥିବା ବେଳେ ଟେକନୋଲୋଜି ସେକ୍ଟରରେ କିନ୍ତୁ ଏହାର ପ୍ରତିକୂଳ ପ୍ରଭାବ ପଡିଛି । ଅର୍ଥାତ୍ ଲକଡାଉନ ସମୟରେ ଟେକନୋଲୋଜି ସେକ୍ଟରମାନଙ୍କରେ ପ୍ରଚୁର ବ୍ୟବସାୟ ହୋଇଛି । ଭିଡିଓ କଲିଂ ଫିଚରର୍ସ ପୂର୍ବରୁ ଏତେଟା ଲୋକପ୍ରିୟ ନଥିବା ବେଳେ ମହାମାରୀ ସମୟରେ ଏହାର ଚାହିଦା ବ୍ୟାପକ ଭାବେ ବୃଦ୍ଧି ପାଇଛି ।
ଏହା ସହ ଫେସବୁକ ପକ୍ଷରୁ ସୂଚନା ଦିଆଯାଇଛି ଯେ, ନୂଆ ବର୍ଷ ସନ୍ଧ୍ୟାରେ ମେସେଞ୍ଜର, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍ରେ ଭିଡିଓ ଚାଟିଂ ରେକର୍ଡ ସୃଷ୍ଟି କରିଛି । ନୂଆବର୍ଷ ଏକ ଐତିହାସିକ ଦିନ ଥିଲା ବୋଲି ଏହା ସହ ଚଳିତ ବର୍ଷ ଏହା ସବୁ ରେକର୍ଡ ଭାଙ୍ଗିଥିଲା ବୋଲି ଫେସବୁକ କର୍ତ୍ତୁପକ୍ଷ କହିଛନ୍ତି ।






