ଖାଦ୍ୟଜୀବନମନ୍ତ୍ରସ୍ୱାସ୍ଥ୍ୟ

ନବଗ୍ରହଙ୍କ ଶୁଭଫଳ ପାଇଁ ଏହି ଫଳରସର କରନ୍ତୁ ସେବନ

ସତ୍ୟଶିଖା ୦୬/୦୨/୨୦୨୧ : ନବଗ୍ରହଙ୍କ ପ୍ରଭାବ ସଭିଁଙ୍କ ଉପରେ ରହିଥାଏ । ଏହାସହ ନବଗ୍ରହଙ୍କ ଦୋଷ ଦୂର କରିବା ପାଇଁ ଏହା ବିଭିନ୍ନ ଖାଦ୍ୟ ସହ ମଧ୍ୟ ଜଡିତ ବୋଲି ମାନ୍ୟତା ରହିଛି । ବିଭିନ୍ନ ପ୍ରକାର ଫଳ ରସ ପିଇବା ଦ୍ୱାରା ଗ୍ରହଙ୍କ ଶୁଭ ଦୃଷ୍ଟି ପଡିବା ସହ ଅନେକ ସମସ୍ୟା ଦୂର ହୋଇଥାଏ । ସ୍ୱାସ୍ଥ୍ୟର ମଧ୍ୟ ଉପକାର ହୋଇଥାଏ । ଅନେକ ପ୍ରକାର ଫଳ ଓ ପନିପରିବା ଖାଇବା ଦ୍ୱାରା ଗ୍ରହଙ୍କ ଶୁଭଫଳ ମିଳିଥାଏ । ଜାଣନ୍ତୁ….
ସୂର୍ଯ୍ୟ – ସୂର୍ଯ୍ୟ ଯଶ, ମାନସମ୍ମାନ ଆଦିର କାରକ ଅଟନ୍ତି । ସୂର୍ଯ୍ୟଙ୍କ ନକରାତ୍ମକ ପ୍ରଭାବ ଦୂର ପାଇଁ ଓ ଶୁଭଫଳ ପାଇଁ ବିଟ୍‍ , ଡ଼ାଳିମ୍ବ, ଟମାଟୋ, ଆମ୍ବ ରସର ସେବନ କରିବା ଉଚିତ। ଏହାଦ୍ୱାରା ସକରାତ୍ମକ ପ୍ରଭାବ ମିଳିଥାଏ ।
ଚନ୍ଦ୍ରମା – ଚନ୍ଦ୍ରମା ମନ, ସୌନ୍ଦର୍ଯ୍ୟ, ମାନସିକ ଶାନ୍ତିଙ୍କ କାରକ କୁହାଯାଏ । ଚନ୍ଦ୍ରମାଙ୍କ ଶୁଭଫଳ ପାଇଁ ଲିଚୁ, ତରଭୂଜ ଓ ଆଖୁ ରସ ପିଇବା ଆବଶ୍ୟକ ।
ମଙ୍ଗଳ – ଡାଳିମ୍ବ, ବିଟ୍‍ , ଟମାଟୋ ଜୁସ ପିଇବା ଦ୍ୱାରା ମଙ୍ଗଳଙ୍କ କୁପ୍ରଭାବ ଦୂର ହୋଇ ଶୁଭଫଳ ମିଳିଥାଏ ।
ବୁଧ – ବୁଧ ଉତ୍ତମ ବାଣୀ, ଜ୍ଞାନର କାରକ ବୋଲି କୁହାଯାଏ । ନିୟମିତ ନାସପାତି, ଅଁଳା ଜୁସ ପିଇବା ଦ୍ୱାରା ବୁଧଙ୍କ ଶୁଭଫଳ ମିଳିଥାଏ ।
ଗୁରୁ- ଗୁରୁଙ୍କୁ ଧନ, ଜ୍ଞାନ, ଯଶର କାରକ ମଧ୍ୟ କୁହାଯାଏ । ଗୁରୁଙ୍କ ଶୁଭଫଳ ପ୍ରାପ୍ତି ପାଇଁ କଦଳୀ, ପାଚିଲା ଅମୃତଭଣ୍ଡା, କମଳା, ଆଦି ଜୁସର ସେବନ କରନ୍ତୁ ।
ଶୁକ୍ର – ଐଶ୍ୱର୍ଯ୍ୟ, ଧନ, ସୁଖ ସୁବିଧା ଓ ସୌନ୍ଦର୍ଯ୍ୟର ପ୍ରତୀକ ଶୁକ୍ର ଗ୍ରହ ବୋଲି କୁହାଯାଏ । ଶୁକ୍ରଙ୍କ ଶୁଭଫଳ ପାଇଁ ଲିଚୁ, ତରଭୂଜ, ମୂଳା, ଆଦିର ଜୁସ ପିଇବା ଦ୍ୱାରା ଶୁଭଫଳ ମିଳିଥାଏ ।
ଶନି-ରାହୁ-କେତୁ – ଶନି,ରାହୁ,କେତୁଙ୍କର ଶୁଭଫଳ ପାଇଁ ବିଭିନ୍ନ କଳାରଙ୍ଗର ଫଳ , ପନିପରିବା ସହ କଳା ଅଙ୍ଗୁର ରସ ପିଅନ୍ତୁ ।

Show More
Back to top button