ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ଡ୍ରେନ୍‌ରୁ ବିରାଟକାୟ ଅହିରାଜ ସାପ ଉଦ୍ଧାର

ସତ୍ୟଶିଖା (ପାରଳାଖେମୁଣ୍ଡି) ୯/୧୧/୨୦୨୦ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚାନ୍ଦିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟ୍ ସମ୍ମୁଖରୁ ଏକ ବିରାଟକାୟ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଅହିରାଜଟି ସ୍କୁଲ ସମ୍ମୁଖ ଡ୍ରେନରେ ଦୁଇ ଦିନ ଧରି ରହିଥିଲା । ଏହାପରେ ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ରବିବାର ସନ୍ଧ୍ୟା ସମୟରେ ବ୍ରହ୍ମପୁର ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଖବର ପାଇବା ପରେ ସାପଟିକୁ ଉଦ୍ଧାର କରିବା ନିମନ୍ତେ ସୋମବାର ସକାଳେ ସହଯୋଗୀଙ୍କ ସହ ପହଞ୍ଚି ଥିଲେ ।

ସାପଟିକୁ ଉଦ୍ଧାର କରିବା ପାଇଁ ଅଧ ଘଣ୍ଟାଏ ସମୟ ଲାଗିଥିଲା । ଉଦ୍ଧାର କାର୍ଯ୍ୟରେ ଶ୍ରୀକାନ୍ତ ନାହାକ, ସ୍ବାଧୀନ ସାହୁ, ଶୁଭମ୍ ସାହୁ, ଶ୍ରୀକାନ୍ତ ସାହୁ ନିୟୋଜିତ ଥିବାବେଳେ ବନ କର୍ମଚାରି ସୌଦାମିନୀ ପଟ୍ଟନାୟକ, ପ୍ରଭାକର ପ୍ରମୁଖ ସହଯୋଗ କରିଥିଲେ । ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଯାଇଛି ।

Show More
Back to top button