ରାଜ୍ୟସ୍ୱାସ୍ଥ୍ୟ

ଅଧିକ ସଂକ୍ରାମକ ହୋଇପାରେ କୋଭିଡର ନୂଆ ପ୍ରଜାତି ସି.୧.୨

ସତ୍ୟଶିଖା(ଭୁବନେଶ୍ୱର ) ୩୧.୦୮ .୨୦୨୧:  କୋଭିଡର ନୂଆ ପ୍ରଜାତି ସି.୧.୨ ଅଧିକ ସଂକ୍ରାମକ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ପ୍ରଜାତି ଅନ୍ୟ ରାଷ୍ଟ୍ରରେ ବି ଚିହ୍ନଟ ହେଲାଣି । ଏହା ଆଗକୁ ଅଧିକ ସଂକ୍ରାମକ ହୋଇପାରେ । ଟିକାର ସୁରକ୍ଷା ବି ଏହି ପ୍ରଜାତି ବିରୋଧରେ କାମ ଦେବନାହିଁ ବୋଲି କୁହାଯାଇଛି । ଦକ୍ଷିଣ ଆଫ୍ରିକାର ଏନଆଇସିଡି (ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ କମୁ୍ୟନିକେବଲ ଡିଜିଜ) କେଆରଆଇଏସପି (କ୍ୱାଜୁଲୁ ନାଟାଲ ରିସର୍ଚ୍ଚ ଇନୋଭେସନ ଆଣ୍ଡ ସିକ୍ୱେନ୍ସିଂ ପ୍ଲାଟଫର୍ମ୍ି) ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନ ଅନୁଯାୟୀ ସି.୧.୨ ଅଧିକ ସଂକ୍ରାମକ । ଏହା ପ୍ରଥମେ ମେ’ ମାସରେ ଚିହ୍ନଟ ହୋଇଥିଲା । ତେବେ ଅଗଷ୍ଟ ୧୩ ସୁଦ୍ଧା ଏହି ପ୍ରଜାତି ଚୀନ, ମରିସସ, ଇଂଲଣ୍ଡ, ନୁ୍ୟଜିଲାଣ୍ଡ, ପର୍ତୁଗାଲ, ସ୍ୱିଜରଲାଣ୍ଡରେ ଚିହ୍ନଟ ହେଲାଣି । ଏହି ନୂଆ ପ୍ରଜାତି ସି.୧.୨ ଅନ୍ୟ ପ୍ରଜାତି ତୁଳନାରେ ଅଧିକ ରୂପାନ୍ତରିତ ହେଉଛି ।

 

COMMENTS

Show More
Back to top button