

ସତ୍ୟଶିଖା ( ଭୁବନେଶ୍ୱର ) ୨୬ . ୦୮.୨୦୨୦ : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ପାଇଁ ସବୁ କ୍ଷେତ୍ରରେ ପ୍ରଭାବ ପଡ଼ିଛି । ତେବେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମଧ୍ୟ କରୋନାର ଅଧିକ ପ୍ରଭାବ ପଡ଼ିଛି । କରୋନା ପାଇଁ ଜୁନ, ଜୁଲାଇ, ଅଗଷ୍ଟ ତିନି ମାସ ପାଇଁ ବିଦ୍ୟାଳୟ ବନ୍ଦ ରହିଥିଲା । ତେବେ ଏହା ଆଶ୍ୱସ୍ତିକର ଖବର ଏବଂ ଏହା ପିଲାମାନଙ୍କ ପାଇଁ ବେଶ୍ ସହାୟକ ହେବ ।
କାରଣ କରୋନା ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଛି । କିନ୍ତୁ ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସକୁ କମାଇ ଦିଆଯାଇଛି । କୋଭିଡ଼ ପାଇଁ ଚଳିତ ବର୍ଷ ୩୦ ପ୍ରତିଶତ ସିଲାବସ୍ ହ୍ରାସ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୩ଟି କମିଟିର ସୁପାରିଶ ଆଧାରରେ ହ୍ରାସ ପାଇଛି ସିଲାବସ୍ । ଏସସିଇଆରଟି, ବିଏସଇ ଓ ସିଏଚସିଇ ୱେବସାଇଟରେ ଉପଲବ୍ଧ ହେବ । ଏହାସହ କେବେ ସ୍କୁଲ ଖୋଲିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । କେନ୍ଦ୍ରର ନୂଆ ଗାଇଡ଼ଲାଇନ ଆସିବାରେ ନିଷ୍ପତ୍ତିି ନିଆଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ତେବେ ଅନ୍ୟପଟେ କରୋନା ପାଇଁ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କର ଘରେ ବସି ଅନ୍ଲାଇନରେ ପାଠପଢ଼ା ହେଉଛି ।