

ସତ୍ୟଶିଖା( ମୁମ୍ବାଇ ) ୨୯.୦୫.୨୦୨୧: କରୋନା ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ କଟକଣାକୁ ଆଉ ୧୫ ଦିନ ବୃଦ୍ଧି କରିଛନ୍ତି। ନୂଆ ଗାଇଡଲାଇନ ଆସନ୍ତା ୧ ତାରିଖରେ ଜାରି ହେବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ପୂର୍ବରୁ ଜୁନ ୧ ତାରିଖ ଯାଏ ଲକଡାଉନ କଟକଣା ଲାଗୁ ହୋଇଥିଲା। ଏହାର ଅବଧିକୁ ପୁଣି ୧୫ ଦିନ ବୃଦ୍ଧି କରାଯାଇଛି। ଯେଉଁ ସବୁ ଅଞ୍ଚଳରେ ରୋଗୀଙ୍କ ସଂଖ୍ୟା ଓ ପଜିଟିଭିଟି ରେଟ୍ ଅଧିକ ରହିଛି ସେଠାରେ କୌଣସି ପ୍ରକାରର କୋହଳ ନୀତି ଅବଲମ୍ବନ କରାଯିବ ନାହିଁ। କିନ୍ତୁ ସଂକ୍ରମଣ କମିଥିବା ଅଞ୍ଚଳରେ କଟକଣା ସାମାନ୍ୟ କୋହଳ କରାଯାଇପାରେ। ନୂଆ ଗାଇଡଲାଇନରେ ସବୁ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।