ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟସ୍ପେଶାଲ୍ ରିପୋର୍ଟ

ଫ୍ଲିପ୍‌କାର୍ଟ କହିଲା- ନାଗାଲାଣ୍ଡ ଭାରତ ବାହାରେ, ପରେ ଭୁଲ ପାଇଁ ମାଗିଲା କ୍ଷମା

ସତ୍ୟଶିଖା (ନୂଆଦିଲ୍ଲୀ) ୧୦.୧୦.୨୦୨୦ : ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ଏବେ ବିବାଦ ଘେରକୁ ଆସିଛି । ନାଗାଲଣ୍ଡର ଜଣେ ଗ୍ରାହକଙ୍କୁ ଆବଶ୍ୟକତା ସେବା ଯୋଗାଇ ନ ପାରିବାରୁ ଏଭଳି ଘଟଣା ଘଟିଛି । କମ୍ପାନି କହିଛି ଭାରତ ବାହାରେ ଡେଲିଭରୀ ସେବା ଦିଅନ୍ତି ନାହିଁ । ତେବେ ଏ ଗ୍ରାହକ ଜଣକ ନାଗାଲାଣ୍ଡରେ ରହନ୍ତି । ସେ ଫ୍ଲିପକାର୍ଟକୁ ଫେସବୁକରେ ପଚାରି ଥିଲେ,‘ଆପଣ ନାଗାଲାଣ୍ଡରେ ଡେଲିଭରି କାହିଁକି କରୁ ନାହାନ୍ତି । ସବୁ ରାଜ୍ୟରେ ସମାନ ସେବା ଯୋଗାଇବା ଦରକାର ।’ ଯାହାର ଉତ୍ତରରେ ଫ୍ଲିପକାର୍ଟ କହିଥିଲା ‘ଆମେ ଭାରତ ବାହାରେ ଡେଲିଭରୀ ପ୍ରଦାନ କରି ନ ଥାଉ ।’ମାତ୍ର ପରେ ଯେମିତି ନିଜର ଭୁଲ କମ୍ପାନି ଜାଣିଛି ତତକ୍ଷଣାତ୍ ସେହି ୟୁଜରଙ୍କୁ କ୍ଷମା ମାଗିଛି । କମ୍ପାନି କହିଛି ‘ଅଜାଣତରେ ଭୁଲ ହୋଇଯାଇଛି ଓ କମ୍ପାନି ଏ ପାଇଁ କ୍ଷମା ମାଗୁଛି । ନାଗାଲଣ୍ଡ ସମେତ ପୂରା ଦେଶରେ ସେବା ଯୋଗାଇବା ପ୍ରୟାସ କରୁଛୁ । ଆପଣଙ୍କ ସହ ଯୋଡି ହୋଇ ବିକଳ୍ପ ସେବା ପ୍ରଦାନ କରିବାରେ ଉତ୍ସାହିତ ଅଛୁ।ଯଦିଓ ସମ୍ପୃକ୍ତ ୟୁଜରଙ୍କୁ ଫ୍ଲିପକାର୍ଟ କ୍ଷମା ମାଗିଛି ମାତ୍ର ୟୁଜର ସେହି କମେଣ୍ଟକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହା ପରେ କମ୍ପାନିର ଚିନ୍ତା ବଢ଼ି ଯାଇଛି । ଏବେ ଅନେକ ୟୁଜର କମ୍ପାନି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

Show More
Back to top button