

ସତ୍ୟଶିକ୍ଷା (କାମାକ୍ଷାନଗର) ୨୫ .୦୯.୨୦୨୦ : ବିପଦରେ ଗଜରାଜ । ପ୍ରତିଦିନ କେଉଁଠି ନା କେଉଁଠି ହାତୀ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି । ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ପଥରଖମ୍ବ ଗାଁ ନିକଟ ଧାନ କ୍ଷେତରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ହାତୀର ବୟସ ୧୦ ବର୍ଷ ହେବ ବୋଲି ଜଣାପଡିଛି ।
ଶୁକ୍ରବାର ସକାଳେ ଧାନ ବିଲରେ ହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ପହଁଚି ହାତୀର ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।