

ସତ୍ୟଶିଖା(ଭୁବନେଶ୍ୱର) ୨୨.୧୧.୨୦୨୧: ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ୱର ବିଜେପି ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ବିଜେପିର ବିଶାଳ ରାଲି ‘ହାଲ୍ଲାବୋଲ’ ତୀବ୍ର ବେଗରେ ନବୀନ ନିବାସ ଆଡକୁ ଅଗ୍ରସର ହେଉଛି । ଆଜି ଦିନ ୧୦ଟାରେ ରାଜମହଲରୁ ବିଜେପିର ବିଶାଳ ରାଲି ବାହାରିଥିଲା । ନାରାବାଜି ସହ ବିଜେପିର ଶତାଧିକ କର୍ମା ବିକ୍ଷୋଭ ପ୍ରଦର୍ଶନ କରି ନବୀନ ନିବାସ ଘେରାଉ ପାଇଁ ତୀବ୍ର ବେଗରେ ମାଡି ଆସୁଥିଲେ ।
ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବାବେଳେ, ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ତେବେ ଶିଶୁଭବନ ଛକ ଦେଇ ବିଜେପିର ବିଶାଳ ରାଲି ଯାଉଥିବାବେଳେ ପୋଲିସ୍ ଅଟକାଇ ଥିଲା । ପରେ ପୋଲିସ୍ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ଓ ବିଜେପିର ମହିଳା କର୍ମୀ ମାନଙ୍କୁ ପୋଲସି ଜୋର ଜବରଦସ୍ତ ଉଠାଇ ନେଉଥିବା ସୂଚନା ମିଳିଛି ।