ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ
ଫାବିପିରାଭିର ଔଷଧ ବ୍ୟବହାର ପାଇଁ ଆସିଲା SOP, ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ l


ସତ୍ୟଶିଖା (ଭୁବନେଶ୍ୱର) ୦୩/୧୦/୨୦୨୦ : କରୋନା ପାଇଁ ଫାବିପିରାଭିର ଔଷଧ ପାଇଁ ଆସିଲା SOP । ଫାବିପିରାଭିର ଔଷଧ ବ୍ୟବହାର ପାଇଁ SOP ଜାରି ହୋଇଛି । ଏହି SOP ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ଚିଠି ହୋଇଛି । ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ଚିଠି ଜାରି କରିଛନ୍ତି । କୋଭିଡ୍ ପାଇଁ ଏହି ଔଷଧ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ ହୋଇଥିବା ବେଳେ ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ଆକ୍ରାନ୍ତ ନେଇ ପାରିବେ ଫାବିପିରାଭିର ।