

ସତ୍ୟଶିଖା (ଦୁବାଇ) ୧୦/୧୧/୨୦୨୦ : ଆଇପିଏଲ୍ ୧୩ତମ ସିଜିନରେ ଶେଷ ମ୍ୟାଚ୍ ଆସି ପହଞ୍ଚିଛି । ୟୁଏଇରେ ଖେଳାଯାଉଥିବା ଟି-୧୦ ଲିଗ୍ର ଫାଇନାଲ ମ୍ୟାଚ୍ ଆଜି ଖେଳାଯିବ । ଦୁବାଇର ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଫାଇନାଲ ମୁକାବିଲା ନେଇ ଦିଲ୍ଲୀ କ୍ୟାପିଟାଲ-ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଦିଲ୍ଲୀ ଟିମ୍ ତାର ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି । ଯାହାର ମୁକାବିଲା ମୁମ୍ବାଇ ସହିତ ହେବ ।
ଗୋଟିଏ ପଟେ ମୁମ୍ବାଇ ପଞ୍ଚମ ଥର ପାଇଁ ଫାଇନାଲ ମୁକାବିଲା ଲକ୍ଷ୍ୟ ରହିଥିବା ବେଳେ ଦିଲ୍ଲୀ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଦେଖିବାକୁ ଗଲେ ମୁମ୍ବାଇ ଆଇପିଏଲର ସବୁଠୁ ସଫଳ ଦଳ । ଟିମ୍ ୨୦୧୩,୨୦୧୫, ୨୦୧୭, ୨୦୧୯ରେ ଚମ୍ପିଆନ୍ ହୋଇଥିବା ବେଳେ ୨୦୧୦ରେ ରନର୍ସ ଅପ୍ ହୋଇଥିଲା । ତେବେ ଚଳିତ ସିଜିନରେ ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀକୁ ୫୭ରନ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ସେହିପରି ଅନ୍ୟପଟେ ଦୀର୍ଘ ୧୨ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି । ଦିଲ୍ଲୀ ଦ୍ୱିତୀୟ କ୍ୱାଲିଫାୟରରେ ହାଇଦ୍ରାବାଦକୁ ୧୭ରନ୍ରେ ପରାଜିତ କରିଥିଲା । ଯାହାଫଳରେ କି ୨ୟ ଦଳ ଭାବେ ଦିଲ୍ଲୀ ଫାଇନାଲରେ ପ୍ରବେଶ କରିଛି । ଦିଲ୍ଲୀ ଚାମ୍ପିଅନ୍ ହେବାର ସୁଯୋଗ ରହିଛି । ଯାହାକୁ ଦିଲ୍ଲୀ ହାତଛଡା କରିବନାହିଁ ।
ଚଳିତ ସିଜିନରେ ମୁମ୍ବାଇ ୧୪ଟି ମ୍ୟାଚ୍ ଖେଳି ୯ଟି ବିଜୟୀ ହୋଇ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିଲା । ଆଇପିଏଲ୍ର ୧୩ତମ ସିଜିନରେ ମୁମ୍ବାଇ ନିଜର ଆଧିପତ୍ୟ ଦେଖାଇଥିଲା । ଦଳ ସବୁ ବିଭାଗରେ ଦୃଢ଼ ରହିଛି । ଯାହାକି ଦଳ ପାଇଁ ଲାଭଦାୟକ ହେଉଛି । ବ୍ୟାଟିଂ ବିଭାଗରେ ସସସ୍ତ ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ସବୁଠାରୁ ଦଳ ପାଇଁ ଭଲ କଥା ହେଲା ଅଧିନାୟକ ରୋହିତ ଶର୍ମା ସୁସ୍ଥ ହୋଇ ଫେରିଛନ୍ତି । ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ୍ ପୋଲାର୍ଡ଼ ଚମତ୍କାର ବ୍ୟାଟିଂ କରୁଛନ୍ତି । ବୋଲିଂ ବିଭାଗ ମଧ୍ୟ ସବୁଠୁ ଶକ୍ତିଶାଳୀ । ବୋଲର ଜଶପ୍ରୀତ୍ ବୁମ୍ରା (୨୭) ଓ ଟ୍ରେଣ୍ଟ ବୋଲ୍ଟ (୨୨)ଙ୍କ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ କୌଣସି ବ୍ୟାଟିଂ ବିଭାଗକୁ ଧ୍ୱଂସ କରିବାର କ୍ଷମତା ରଖିଛନ୍ତି । ତେବେ ଆଜିର ମ୍ୟାଚ୍ରେ ପର୍ପଲ କ୍ୟାପ୍ ପାଇଁ ବୁମ୍ରା ଓ ଦିଲ୍ଲୀ ପେସ୍ ବୋଲର ରାବାଡ଼ା (୨୯)ଙ୍କ ମଧ୍ୟରେ କଡ଼ା ଟକ୍କର ହେବ ।
ସେହିପରି ଦିଲ୍ଲୀ ଲିଗ୍ ପର୍ଯ୍ୟାୟରେ ମଧ୍ୟ ଦମ୍ଦାର ପ୍ରଦର୍ଶନ କରିଥିଲା । କିନ୍ତୁ ଲିଗ୍ର ମଧ୍ୟଭାଗରେ ଟିମ୍ର ପ୍ରଦର୍ଶନରେ ଅତିକ୍ରମ ହୋଇଥିଲା । ତେବେ ଦିଲ୍ଲୀ ଲିଗ୍ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍ରୁ ୮ଟିରେ ବିଜୟ ହୋଇ ୧୬ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା । ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇଠୁ ପରାସ୍ତ ହେବା ପରେ ଦଳ ଦ୍ୱିତୀୟ ସୁଯୋଗ ପାଇଥିଲା। କ୍ୱାଲିଫାୟର ମ୍ୟାଚ୍ରେ ହାଇଦ୍ରାବାଦୁ ହରାଇ ଦଳ ଫାଇନାଲ୍ ସ୍ଥାନ ପକ୍କା କରିଥିଲା। ମାର୍କସ ଷ୍ଟଇନିସ୍ଙ୍କୁ ଓପନ କରାଇବା ଦଳ ପାଇଁ ସଫଳ ସାବ୍ୟସ୍ତ ହୋଇଥିଲା । ଧାୱନ (୬୦୩ରନ୍) ଅରେଞ୍ଜ କ୍ୟାପ୍ ପାଇଁ ଆଉ ୬୭ରନ୍ ଆବଶ୍ୟକ କରୁଛନ୍ତି । ତେବେ ଦିଲ୍ଲାକୁ ମୁମ୍ବାଇକୁ ହରାଇବାକୁ ହେଲେ ବ୍ୟାଟିଂରେ ସୁଧାର ଆଣିବା ଜରୁରୀ ।
ମୁମ୍ବାଇ ଇଣ୍ଡିଆନ୍ସ : – କ୍ୱିଣ୍ଟନ ଡି’କକ୍, ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ, କିରେନ୍ ପୋଲାର୍ଡ଼, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ନାଥାନ କଲ୍ଟର ନିଲ୍, ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର, ଜଶପ୍ରୀତ୍ ବୁମ୍ରା ।
ଦିଲ୍ଲୀ କ୍ୟାପିଟାଲ୍ସ :- ମାର୍କସ ଷ୍ଟଇନିସ୍, ଶିଖର ଧାୱନ, ଶ୍ରେୟାସ୍ ଆୟର (ଅଧିନାୟକ), ସିମରନ ହେତମେୟର, ରିଶଭ ପନ୍ତ, ଅଜିଙ୍କ୍ୟ ରାହାଣେ, ପ୍ରବୀଣ ଦୁବେ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, କାଗିସୋ ରାବାଡ଼ା, ଆନରିଚ୍ ନର୍ଜ ।