ଲକ୍ଡାଉନ୍ରେ ଜୀବନ: ହୃଦୟ ଜିତିଲେ ଏସ୍ଆଇ ବର୍ଷା ମହାନ୍ତି


ଭୁବନେଶ୍ୱର (ସତ୍ୟଶିଖା): ମେ’ ୩ ଯାଏ ବୃଦ୍ଧି ପାଇଛି ଲକ୍ଡାଉନ୍। ଗରିବ ଓ ନିରାଶ୍ରୟ ଲୋକ ମୁଠାଏ ଦାନା ଏବଂ ମୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେ ହେଉଥିବାବେଳେ କିଛି ଅଧିକାରୀଙ୍କ ମାନବିକତା ସମସ୍ତଙ୍କ ହୃଦୟ କିଣୁଛି। ଏଭଳି ଏକ ଦୃଶ୍ୟ କଟକରୁ ଆସିଛି।
SI Barsha Mohanty of Mahila PS set an example of humanity once again today while going beyond her duty feed a ravenous inwardly impeded woman at cuttack city. It’s a commendable job in the present scenario of #COVID19 Calamity. @cpbbsrctc @SarangiSudhansu @DGPOdisha @CMO_Odisha pic.twitter.com/oxCuQJppjf
— DCP CUTTACK (@DCP_CUTTACK) April 16, 2020
କଟକ ଡିସିପି ଟ୍ୱିଟ୍ କରିଥିବା ଏକ ଭିଡିଓରେ ମହିଳା ପୁଲିସ୍ ଅଧିକାରୀ ଏସ୍ଆଇ ବର୍ଷା ମହାନ୍ତି ଜଣେ ନିରାଶ୍ରୟ ମହିଳାଙ୍କୁ ନିଜ ଖୁଆଇ ଦେଉଛନ୍ତି। ପୁଲିସ୍ ଚେକ୍ ପୋଷ୍ଟ ନିକଟରେ ଦୃଶ୍ୟାୟନ କରାଯାଇଥିବା ଏହି ଭିଡିଓରେ ଅତି ଆଦରରେ ମହିଳା ଜଣଙ୍କୁ ଖୁଆଇ ଦେଉଛନ୍ତି। ଏପରିକି ସେ ମହିଳାଙ୍କୁ କିଛି ବ୍ୟସ୍ତ ନହେବାକୁ ବୁଝାଇ ପିଠି ଥାପୁଡ଼ାଇବା ସହ ପାଣି ମଧ୍ୟ ପିଆଇ ଦେଇଥିଲେ। ଏଥିରେ ବର୍ଷାଙ୍କ ସହଯୋଗୀମାନେ ମଧ୍ୟ ସହାୟତା କରିଥିଲେ।
ଆହୁରି ପଢ଼ନ୍ତୁ
ଏହାକୁ ପ୍ରଶଂସା କରି କଟକ ଡିସିପିଙ୍କ ହ୍ୟାଣ୍ଡଲରୁ କୁହାଯାଇଛି, “ଆଜି କର୍ତ୍ତ୍ୟରୁ ଉର୍ଦ୍ଧ୍ୱକୁ ଯାଇ ମହିଳା ପୁଲିସ୍ ଥାନାର ଏସ୍ଆଇ ବର୍ଷା ମହାନ୍ତି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ବର୍ତ୍ତମାନର ମହାମାରୀ ସମୟରେ ଏହା ଏକ ପ୍ରଶଂସନୀୟ କାମ।”
At that time she was using mask. pic.twitter.com/pYeI1cnpJL
— DCP CUTTACK (@DCP_CUTTACK) April 17, 2020
ଏହି ଭିଡିଓରେ ଏସ୍ଆଇ ବର୍ଷା ମାସ୍କ କାହିଁକି ପିନ୍ଧିନାହାନ୍ତି ବୋଲି ପଚରାଯିବାରୁ ଏକ ଫଟୋ ମଧ୍ୟ ଉତ୍ତର ଦିଆଯାଇଛି। ଏହି ଫଟୋରେ ସେ ମାସ୍କ ପିନ୍ଧିଛନ୍ତି। ଅନ୍ୟପକ୍ଷରେ ଖାଇବା ଅଗାରୁ ସ୍ୱଚ୍ଛତା ଦୃଷ୍ଟିରୁ ମହିଳା ଜଣକ ହାତ ଧୋଉଥିବାର ଦୃଶ୍ୟ ଏଥିରେ ରହିଛି। ଏହି ଟ୍ୱିଟ୍କୁ ଏବେ ବେଶ ପ୍ରଶଂସା କରାଯାଉଛି।
[ad_2]