Uncategorizedରାଜ୍ୟଶିକ୍ଷାସ୍ୱାସ୍ଥ୍ୟ
ରାଉରକେଲା NITରେ ୧୪ ସଂକ୍ରମିତ ଚିହ୍ନଟ ପରେ ନେଗେଟିଭ୍ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ


ସତ୍ୟଶିଖା,(ରାଉରକେଲା) ୩୦ .୦୩ .୨୦୨୧ : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ରାଉରକେଲା ସ୍ଥିତ NITରେ ୧୪ ଜଣ କୋଭିଡ୍ ସଂକ୍ରମିତ ହୋଇସାରିଛନ୍ତି । ପଜିଟିଭ୍ ଆସିଥିବା ୧୪ ଜଣଙ୍କୁ ସଙ୍ଗରୋଧରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି । ନେଗେଟିଭ୍ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ଦାସ ।
ଅନ୍ୟପଟେ କୋଭିଡ୍ ସଂକ୍ରମଣକୁ ନେଇ ମଙ୍ଗଳବାର ବସୁଛି ଏନ୍ଆଇଟି ସିନେଟ୍ର ଏକ ସ୍ବତନ୍ତ୍ର ବୈଠକ । ବୈଠକ ପରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏନଆଇଟି କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ନେବେ । ଏନଆଇଟିରେ ଛାତ୍ରଛାତ୍ରୀମାନଙ୍କର ଅଧିକ ଆରଟିପିସିଆର ଟେଷ୍ଟ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ମଙ୍ଗଳବାରଠାରୁ ଦୁଇଟି ଟିମ୍ ଦିନକୁ ୫୦୦ ଛାତ୍ରଛାତ୍ରୀଙ୍କର ଟେଷ୍ଟ କରିବେ ।