ଦେଶ

ଚାଲିଚାଲି ଯେପରି ପ୍ରବାସୀ ନ’ଫେରନ୍ତି ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍ ଓ ବସ୍ ସେବା ଆରମ୍ଭ କରିଛନ୍ତି। ଏହାପରେ ବି ଅନେକ ପ୍ରବାସୀ ଚାଲିଚାଲି ଫେରୁଥିବା ବେଳ ଆଉ କିଛି ଟ୍ରକ ଉପରେ ଲଦି ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଦେଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପୁନର୍ବାର ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଶ୍ରମିକମାନଙ୍କ ଏଭଳି ଯାତ୍ରାକୁ ବନ୍ଦ କରିବା ସହ ସେମାନଙ୍କ ନିରାପଦ ଯାତ୍ରାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରତିଦିନ ୧୦୦ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲୁଛି। ଆବଶ୍ୟକ ପଡିଲେ ଅଧିକ ଟ୍ରେନ ଚଳାଇବାକୁ ରେଳବାଇ ମନ୍ତ୍ରଣାଳୟ ପ୍ରସ୍ତୁତ ଅଛି। ତେଣୁ ନିଜ ରାଜ୍ୟର ଶ୍ରମିକଙ୍କୁ ଏ ବାବଦରେ ସଚେତନ କରାଇବା ଦରକାର ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ମାନଙ୍କୁ ଲେଖିଥିବା ଚିଠିରେ କହିଛି। ଏମିତିକି ଯଦି ଟ୍ରେନ ସେବା ନମିଳିଛି ତାହେଲେ ଅପେକ୍ଷା କରିବା ଉଚିତ୍। ଟ୍ରେନ୍ ମିଳିନାହିଁ ବୋଲି ଘରକୁ ଫେରିବା ପାଇଁ ଟ୍ରକରେ ନ ଆସିବା ପାଇଁ କହିବାକୁ ପରାମର୍ଶ ଦେଇଛନ୍ତି। ଶ୍ରମିକମାନେ ସରକାରୀ ବ୍ୟବସ୍ଥାର ସୁବିଧା ଯେପରି ସହଜରେ ପାଇବେ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ରାଜ୍ୟମାନଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜର ଘରକୁ ଫେରିବାର ତ୍ୱରିତ ସୁବିଧା ଯୋଗାଣ ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ଚଳାଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଓ ବସର ସୁବିଧା କରାଯାଇଛି ଏବଂ ଏହାର ସୁବିଧା ସଂପୃକ୍ତ ଶ୍ରମିକଙ୍କୁ ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ ୧୧ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଚିଠି ଲେଖି କହିଥିଲା।

[ad_2]
Show More
Back to top button