

ସତ୍ୟଶିଖା(ନୂଆଦିଲ୍ଲୀ ) ୧୯.୦୧.୨୦୨୨ : ଦେଶରେ ଆଜି ସୁଦ୍ଧା ୧୫୮ କୋଟି ୮୮ ଲକ୍ଷ ୪୭ ହଜାର ୫୫୪ ଡୋଜ କୋଭିଡ ଟୀକା ଦିଆଯାଇଛି। ଗତକାଲି ଗୋଟିଏ ଦିନରେ ୭୬ ଲକ୍ଷ ୩୫ ହଜାର ୨୨୯ ଡୋଜ ଟୀକା ଦିଆଯାଇଛି। ଏ ପର୍ଯ୍ୟନ୍ତ ୯୧ କୋଟି ୭୮ ଲକ୍ଷ ୯୧ ହଜାର ୮୪୬ ଡୋଜ ପ୍ରଥମ ଟୀକା, ୬୬ କୋଟି ୫୭ ଲକ୍ଷ ୮୧ ହଜାର ୮୮୨ ଡୋଜ ଦ୍ଵିତୀୟ ଟୀକା ଓ ୫୫ ଲକ୍ଷ ୩୭ ହଜାର ୮୬୩ ବୁଷ୍ଟର ଡୋଜ ଟୀକା ଦିଆଯାଇଛି। ଦେଶର ୮୬ ହଜାର ୧୦୯ଟି ଟୀକାକରଣ କେନ୍ଦ୍ରରେ ଦିଆଯାଉଛି କୋଭିଡ ଟୀକା। ରାଜ୍ୟରେ ଆଜି ସୁଦ୍ଧା ଦିଆଗଲାଣି ୫ କୋଟି ୪୬ ଲକ୍ଷ ୯୩ ହଜାର ୮୦୮ ଡୋଜ କୋଭିଡ ଟୀକା। ଏଥିରେ ୩ କୋଟି ୧୩ ଲକ୍ଷ ୧୬ ହଜାର ୫୫୯ ଡୋଜ ପ୍ରଥମ ଟୀକା, ୨ କୋଟି ୩୧ ଲକ୍ଷ ୫୯୧ ଡୋଜ ଟୀକା ଓ ୨ ଲକ୍ଷ ୭୬ ହଜାର ୬୫୮ ଡୋଜ ବୁଷ୍ଟର ଟୀକା ଦିଆଯାଇଛି।