ନ୍ୟୁଜ୍ରାଜନୀତିରାଜ୍ୟ

ଆସିଲା ଫଳାଫଳ, ଭୁବନେଶ୍ୱର ମହାନଗର ନିଗମରେ ବାଜି ମାରିଲା ବିଜେଡ଼ି

ସତ୍ୟଶିଖା (ଭୁବନେଶ୍ୱର) ୨୬.୦୩.୨୦୨୨: ସରିଲା ଭୋଟ୍ ଗଣନା । ଆସିଲା ପୌର ଭୋଟ୍ ଫଳାଫଳ। ପୌର ନିର୍ବାଚନରେ ସବୁଠାରୁ ଅଧିକ ତାତି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ।

ବିଶେଷ ଭାବରେ ମେୟର ପଦବୀ ପାଇଁ ତିନି ତିନି ଜଣ ହେଭିୱେଟ୍ ମଇଦାନ୍ କୁ ଓହ୍ଲାଇଥିଲେ ଆଉ ଏମାନଙ୍କ ମଧ୍ୟରେ ବାଜି ମାରିନେଇଛନ୍ତି ବିଜେଡ଼ି ପ୍ରାର୍ଥୀ ସୁଲୋଚନା ଦାସ । ବିଏମସିରେ ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ପଛରେ ପଡିଥିଲେ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ।

୪୦ ହଜାରରୁ ଉର୍ଦ୍ଧ୍ୱ ଭୋଟ୍‌ରେ ବିଜେଡ଼ି ବିଜୟ ହାସଲ କରିଛି । ତେବେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ ମଧ୍ୟ ଏକ ବଡ଼ ଫାଇଟ୍ ଦେଇ ଏକ ଲକ୍ଷରୁ ଅଧିକ ଭୋଟ୍ ହାତେଇଛନ୍ତି । ତେବେ ସୁଲୋଚନାଙ୍କ ବିଜୟ ସହିତ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଜଣେ ମହିଳା ମେୟର ମିଳିଛନ୍ତି ।

Show More
Back to top button