ଅପରାଧରାଜ୍ୟ

୨୦୦୦ ହଜାର ଲିଟର କିରୋସିନ୍ ଜବତ

ସତ୍ୟଶିଖା (କରଞ୍ଜିଆ) ୦୪/୧୨/୨୦୨୦ : ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୨ ହଜାର ଲିଟର କିରୋସିନ୍ ଜବତ ।  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଚଢ଼େଇଭୋଳ ନିକଟରେ ଏହି ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏକ ପିକଅପ୍ ଭ୍ୟାନ୍‌ ଗାଡିରେ ବେଆଇନ କିରୋସିନ୍ ଚୋରା ଚାଲାଣ ଚାଲିଥିଲା ।କରଞ୍ଜିଆ ପୋଲିସ ଏହି ଘଟଣା ସଂପର୍କରେ ଜାଣିବା ପରେ ୨ ହଜାର ଲିଟର କିରୋସିନ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ  କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ସିଲଦା ଗ୍ରାମର ବିଶ୍ଵନାଥ ସେଠି ।

Show More
Back to top button