ରାଜ୍ୟ

‘କରୋନା’ ପଞ୍ଝାରେ ଷ୍ଟାଫ୍‌ନର୍ସ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଲା

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ଦୁଇ ‘କରୋନା’ ଚିହ୍ନଟ ହୋଇଛନ୍ତି। ସେଥିରୁ ଜଣେ ୨୨ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀ ହୋଇଥିବା ବେଳେ ଅନ୍ୟ ୩୨ ବର୍ଷୀୟ। ଉଭୟଙ୍କର ରହିଛି  ପଶ୍ଚିମବଙ୍ଗ ଲିଙ୍କ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

କୋରାପୁଟର ପ୍ରଥମ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ଦଶମନ୍ତପୁର ଅଞ୍ଚଳର ଏକ ସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଷ ଷ୍ଟାଫ୍‌ନର୍ସ। ଗତ ୧୪ ତାରିଖରେ ସେ କୋଲକାତା ଯାଇଥିଲେ। ସେଠାରୁ ଫେରି ଚାକିରିରେ ଯୋଗଦେଇନଥିଲେ। ଏପରିକି ତାଙ୍କଠାରେ ‘କରୋନା’ ଲକ୍ଷଣ ନଥିଲା। ତେବେ ସେ କୋଲକାତାରୁ ଫେରୁଥିବାରୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିଲେ। ତାଙ୍କ ରକ୍ତ ଓ ସ୍ୱାବ୍‌ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଇଥିଲା। ଆଜି ଆସିଥିବା ରିପୋର୍ଟରେ ସେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜୁଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ।

ଆହୁରି ପଢ଼ନ୍ତୁ

ଠିକ୍‌ ସେହିପରି ଅନ୍ୟ ଜଣେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ୩୨ ବର୍ଷୀୟ ଯୁବକ। ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

‘କରୋନା’ରେ ଆଜି ସୁଦ୍ଧା ୧୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୯ ଜଣ ବିଭିନ୍ନ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଥିଲେ। ସେଥିରୁ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୭୨ ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।



[ad_2]

Show More
Back to top button