

ସତ୍ୟଶିଖା(ଭୁବନେଶ୍ୱର ) ୧୭.୦୮ .୨୦୨୧: ସେପ୍ଟେମ୍ବର ପହିଲାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଏହି ମୌସୁମୀ ଅଧିବେଶନ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ସ୍ବଳ୍ପକାଳୀନ ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ପାରିତ ହେବାର ସମ୍ଭାବନା ରହିଛି । ୫ ତାରିଖ ରବିବାର ଥିବାରୁ ୮ଦିନ ଅଧିବେଶନ ଚାଲିବ । ଗୋଟିଏ ଦିନ ବେସରକାରୀ ଦିବସ ଥିବାବେଳେ ୭ ଦିନ ସରକାରୀ ଦିବସ । କୋଭିଡ ଗାଇଡଲାଇନ ଅନୁସାରେ ବିଧାନସଭା ଚାଲିବ ।
ଚଳିତ ଅଧିବେଶନ ବେଶ ସରଗରମ ରହିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ନେଇ ପୌର ନିର୍ବାଚନ ବିଳମ୍ବ ପ୍ରସଙ୍ଗ ବି ଉଠିବ । ସେହିପରି କରୋନା ନେଇ ବି ବିରୋଧୀ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି । ସ୍ୱଳ୍ପକାଳୀନ ଅଧିବେଶନ ହେଲେ ବି ଗୃହ ସରଗରମ ରହିବ ବୋଲି କୁହାଯାଉଛି ।