

ସତ୍ୟଶିଖା (ବାଲେଶ୍ୱର) ୦୭/୦୧/୨୦୨୧: ମା’ ବିଷ ଦେଇଥିବା ଶିଶୁ ପୁତ୍ରର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ଗଣ୍ଡତରା ଗ୍ରାମର ଦୁଇ ଯାଆଁଳା ଶିଶୁ ପୁତ୍ରଙ୍କୁ ବିଷ ଦେଇ ମା’ ନିଜେ ବିଷ ପିଇ ଦେଇଥିଲେ । ତେବେ ଗୁରୁବାର ସାନ ପୁଅ ଚିନ୍ମୟର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଗତ ୩୧ ତାରିଖ ସନ୍ଧ୍ୟାରେ ଗଣ୍ଡତରା ଗ୍ରାମର ଅତୁଲ ମହାକୁଡଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ଘରୋଇ କଳିରୁ ନିଜର ଦେଢ ବର୍ଷର ଯାଆଁଳା ଶିଶୁ ପୁତ୍ରକୁ ବିଷ ଦେଇ ନିଜେ ବିଷ ପିଇ ଦେଇଥିଲେ । ଫଳରେ ସମସ୍ତେ ଗୁରୁତର ହୋଇ ପଡିଥିଲେ । ସମସ୍ତଙ୍କୁ ପରିବାର ଲୋକ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ମା’, ଛୁଆ ୩ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବୁଧବାର କଟକ ଶିଶୁ ଭବନରେ ଚିକିତ୍ସିତ ହେଉଥିବା ସାନ ପୁଅ ଚିନ୍ମୟର ମୃତ୍ୟୁ ହୋଇଯାଇଥିବା ବେଳେ ବଡ ପୁଅ ଚିରାଗ ଓ ମା’ ଶୁଭଲକ୍ଷ୍ମୀ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।