ଅପରାଧନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ପୋଲିସ ଇନଫର୍ମର ସନ୍ଦେହରେ ଗାଡିକୁ ପୋଡିଦେଲେ କୋଇଲା ମାଫିଆ

ସତ୍ୟଶିଖା (ଭଦ୍ରକ) ୧୩/୧୦/୨୦୨୦ : ଚୋରା କୋଇଲା ଧରିବାରେ କରିଥିଲେ ସହଯୋଗ, ରାତିରେ ଘରେ ପଶି କାର୍‌ ଜାଳିଦେଲେ ଦୁର୍ବୃତ୍ତ l କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏକ ହ୍ୟୁଣ୍ଡାଇ କାର୍‌କୁ ଜାଳିଦେଇଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ପରିବିନ୍ଧା ମାରପୁର ଗାଁରେ ଘଟିଛି ଘଟଣା । ଖବର ଅନୁଯାୟୀ, ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ମାଲାମାଲ ହେଉଛନ୍ତି ମାଫିଆ । ଏପରି ଘଟଣା ବାରମ୍ଵାର ଘଟୁଛି। ଏନେଇ ଗତକାଲି ଆରପିଏଫ ପୋଲିସର ଇଚ୍ଛାପୁର ନିକଟରେ  ରେଡ୍‌ କରୁଥିବା ବେଳେ, କେଉଁଠି କୋଇଲା ଚୋରି ହେଉଛି ବୋଲି ଉକ୍ତ ଗ୍ରାମର ପ୍ରତାପ ବେହେରାଙ୍କୁ ପଚାରିଥିଲେ ।  ସେ କୋଇଲା ଚୋରି ହେଉଥିବାର ଠିକଣା ପୋଲିସକୁ ଜଣାଇଥିଲେ ।

ଏହାପରେ ଏହି ରାଗରଖି କୋଇଲା ମାଫିଆ ମାନେ , ଗତକାଲି ବିଳମ୍ବିତ ରାତିରେ ତାଙ୍କ ହ୍ୟୁଣ୍ଡାଇ କାରଟିକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା କହିଛନ୍ତି ପ୍ରତାପ । ଜଳିବା ପୂର୍ବରୁ ଗାଡିକୁ ପେଟ୍ରୋଲ ଛାଟିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କାର ନିଆଁ ଲାଗିବା ପରେ ବଡ ଧରଣର ବିସ୍ପୋରଣ ହୋଇଥିଲା । ଘର ଭିତରେ ଥିବା ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ । ଦେଖନ୍ତି ତ କାର୍‌ ଟି ପୋଡିଯାଉଛି ।

Show More
Back to top button