

ସତ୍ୟଶିଖା ( ମାଲକାନଗିରି ) ୩୦ /୧୧ /୨୦୨୧: ମାଲକାନଗିରି ଜିଲ୍ଲା ଏମ୍ଭି ୭ ନମ୍ବର ଗାଁରେ ଭାଲୁ ଆତଙ୍କ । ତମସା ପଞ୍ଚାୟତ ଏମ୍ଭି ୭ ଗାଁରେ ଦୁଇଟି ଭାଲୁ ଗତ କିଛି ଦିନ ଧରି ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଭାଲୁ ସନ୍ଧ୍ୟା ହେଲେ ଗାଁରେ ପଶି ଅନେକ ଲୋକଙ୍କ ଘର କାନ୍ଥ ଭାଙ୍ଗିବା ସହ ଘର ଭିତରେ ପଶିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘର କବାଟ ଭାଙ୍ଗିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ତେବେ ଏହି ଜଙ୍ଗଲୀ ଭାଲୁ ଯୋଗୁଁ ଗ୍ରାମବାସୀମାନେ ରାତି ହେଲେ ଭୟଭୀତ ଅବସ୍ଥାରେ ରହିବା ସହ ସନ୍ଧ୍ୟା ହେଲେ ଘରର ତାଟି କବାଟ ଦେଇ ଘରେ ରହୁଛନ୍ତି । ତେବେ ସନ୍ଧ୍ୟା ସମୟରେ ସେହି ଗାଁ ରାସ୍ତା ଦେଇ ଅନେକ ଯାନବାହାନରେ ଯାତାୟତ କରୁଥିବା ଯାତ୍ରୀମାନେ ମଧ୍ୟ ଭୟରେ ଯାତାୟତ କରୁଛନ୍ତି । ତେବେ କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ ଏହି ଭାଲୁ ଦୁଇଟିକୁ କାବୁ କରିବା ଆବଶ୍ୟକ ହୋଇପଡିଛି ।