ଦେଶନ୍ୟୁଜ୍ରାଜନୀତି

୫ ରାଜ୍ୟରେ ଆଜି ଭୋଟ ଗଣତି

ସତ୍ୟଶିଖା( ନୂଆଦିଲ୍ଲୀ )୧୦.୦୩.୨୦୨୨ : ପାଞ୍ଚ ରାଜ୍ୟର ବିଧାନସଭା ଆସନ ନିମନ୍ତେ ଆଜି ଆରମ୍ଭ ହୋଇଛି ଭୋଟ ଗଣତି । ଭୋଟ ପରୀକ୍ଷା ସରିଥିବା ବେଳେ ଆଜି ଜଣାପଡ଼ିବ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି। କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାହା ଉପରେ ସମସ୍ତଙ୍କ ନଜର। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଆଜି ହେବ ଭୋଟ୍ ଗଣତି ।

ସକାଳ ୮ଟାରୁ ଉତ୍ତରପ୍ରଦେଶର ୪୦୩, ଉତ୍ତରାଖଣ୍ଡର ୭୦, ପଞ୍ଜାବର ୧୧୭, ଗୋଆର ୪୦ ଓ ମଣିପୁରର ୬୦ଟି ଆସନ ପାଇଁ ଗଣତି ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ସମସ୍ତ ୭୪ଟି ଜିଲ୍ଲାରେ ଗଣତି କେନ୍ଦ୍ର କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଓ ପରେ ଇଭିଏମ୍ ଭୋଟ୍ ଗଣତି ହେବ। ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ନିର୍ବାଚନ ହୋଇଥିଲା ।

ଏକଜିଟ୍ ପୋଲ୍ ଅନୁସାରେ ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ । ଉତ୍ତର ପ୍ରଦେଶର ୪୦୩ ଆସନରୁ ବିଭିନ୍ନ ସର୍ଭେରେ ମିଳିଥିବା ରିପୋର୍ଟ ଅନୁସାରେ ପୁଣି ଥରେ ଯୋଗୀ ସରକାର ଫେରିବ ।  P-MARQର ଏକଜିଟ୍ ପୋଲ୍‌ରେ ବିଜେପିକୁ ୨୪୦,  ସମାଜବାଦୀ ପାର୍ଟିକୁ ୧୪୦, କଂଗ୍ରେସକୁ ୪ ଏବଂ ଅନ୍ୟ ଦଳକୁ ୧୯ ସିଟ୍ ମିଳିବ । ସେହିପରି NEWS 18 ଏକଜିଟ୍ ପୋଲରେ ବିଜେପି-୨୬୩, ସପା-୧୨୩, କଂଗ୍ରେସ-୫ ଏବଂ ଅନ୍ୟ ଦଳକୁ ୧୫ଟି ସିଟ୍ ମିଳିବ ବୋଲି ଆକଳନ କରାଯାଇଥିଲା ।

 

Show More
Back to top button