ନ୍ୟୁଜ୍ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଭିନ୍ନ ରାଜ୍ୟର ରାଜଧାନୀରେ ହେବ ରୋଡ ଶୋ

ସତ୍ୟଶିଖା( ଭୁବନେଶ୍ୱର )୧୦.୦୮. ୨୦୨୨: ମେକ ଇନ ଓଡିଶା ମାଧ୍ୟମ ରେ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ କରିବେ ରୋଡ ଶୋ। ୨୦୧୬ ମସିହା ଠାରୁ ଆରମ୍ଭ ହୋଇଥିଲା ମକେ ଇନ ଓଡ଼ିଶା କାର୍ଯ୍ୟକ୍ରମ। ଦେଶ ଓ ବିଦେଶରୁ ଶିଳ୍ପପତିମାନଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଈଁ ଆମନ୍ତ୍ରଣ କରାଯାଉଛି। ଓଡିଶା ରେ ଭରପୂର ପ୍ରକୃତିକସମ୍ପଦ, ଖଣି ବେଳାଭୂମି ,ଜଙ୍ଗଲ ଓ କୃଷି ଭିତ୍ତଭୂମିଥିବାରୁ ଏହକୁ ଭିତ୍ତି କରି ପୁଞ୍ଜିପତି ମାନଙ୍କ ସହ ପୁଞ୍ଜିନିବେଶ ପାଇଁ ଆଲୋଚନା କରାଯାଉଛି। ୨୦୧୬ ଓ ୨୦୧୮ରେ ମେକ ଇନ ଓଡିଶା କାର୍ଯ୍ୟକ୍ରମ ହେଉଥିଲା। କରୋନା ପାଇଁ ଏହି ସବୁ କାର୍ଯ୍ୟକ୍ରମ ବନ୍ଦ ଥିଲା।

୨୦୨୨ ରୁ ଦୁବାଇରେ ଶିଳ୍ପପତିମାନଙ୍କ ସହ ମୂଖ୍ୟମନ୍ତ୍ରୀ ଭେଟିଥିଲେ।୨୪ ଜଣ ଶିଳ୍ପପତି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଇଚ୍ଛାପ୍ରକାଶ କରିଥିଲେ। ଓଡ଼ିଶା କୁ ସାରା ଭାରତ ଏବଂ ବିଶ୍ୱର ଶିଳ୍ପପତି କିଭଳି ପୁଞ୍ଜିନିବେଶ କରିବେ ସେଥି ପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟାସ କରୁଛନ୍ତି । ତେଣୁ ବିଭିନ୍ନ ରାଜ୍ୟର ରାଜଧାନୀରେ ରୋଡ ଶୋ କରିବେ ମୁଖ୍ୟମନ୍ତ୍ରୀ। ଏହି ରୋଡ ଶୋ ମଧ୍ୟାମରେ ଶିଳ୍ପପତି ମାନେ ଓଡିଶା ରେ ପୁଞ୍ଜି ନିବେଶ କରିବେ ଯାହାଫଳରେ ଓଡ଼ିଶାରେ ଶିଳ୍ପାୟନ ହେବା ସହ ରୋଜଗାର ସୃଷ୍ଟି ହେବ।

Show More
Back to top button