ନ୍ୟୁଜ୍ବାଣିଜ୍ୟ

ଘର କିଣିଥିବା ଗ୍ରାହକଙ୍କୁ ରିହାତି ଦେଲେ ସରକାର

ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୧/୨୦୨୦ : ମୋଦି ସରକାର ଘର କିଣିଥିବା ଗ୍ରାହକଙ୍କୁ ଉପହାର ଦେଇଛନ୍ତି । ଘର କ୍ରୟ ଉପରେ ସରକାର ସର୍କଲ୍ ହାରରେ ରିହାତି ଦେବା ପାଇଁ ଘୋଷଣା କରିଛନ୍ତି । ସର୍କଲ୍ ହାରରେ ରିହାତି ୧୦ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରିଛନ୍ତି । ଅର୍ଥମନ୍ତ୍ରୀ ଦୁଇ କୋଟି ଟଙ୍କା ଯାଏଁ ହାଉସିଂ ୟୁନିଟ୍ସକୁ ପ୍ରଥମଥର ସର୍କଲ୍ ହାରରେ କମ ମୂଲ୍ୟରେ ବିକ୍ରି ଉପରେ ଆୟକର ଶୁଳ୍କ ନିୟମରେ ରିହାତି ଘୋଷଣା କରିଛନ୍ତି । ସରକାରଙ୍କ ଏହି ଘୋଷଣା ଦ୍ୱାରା ରେସିଡେନ୍ସିଆଲ ରିୟଲ ଇଷ୍ଟେଟକୁ ପ୍ରୋତ୍ସାହନ ମିଳିବ ଏବଂ ମଧ୍ୟବିତ୍ତ ପରିବାର ଆଶ୍ବସ୍ତି ଅନୁଭବ କରିବେ । କିପରି ଏହାର ଲାଭ ଉଠାଇପାରିବେ ଜାଣନ୍ତୁ :

କ୍ରେତା  ବିକ୍ରେତା ଉଭୟଙ୍କୁ ଟ୍ୟାକ୍ସରେ ରିହାତି ପାଇବା ପାଇଁ ଏହା ହେଉଛି ନୂଆ ନିୟମ :

– ଆପଣଙ୍କ ଫ୍ଲାଟ କିମ୍ବା ଘର ନୂଆ ହୋଇଥିବା ଦରକାର, ଏହା ରିସେଲ ଫ୍ଲାଟରେ ଲାଗୁ ହେବନାହିଁ

– ଘରର ମୂଲ୍ୟ ଦୁଇ କୋଟିରୁ କମ ହୋଇଥିବା ଦରକାର

– ଏହି ସୁବିଧାର ଲାଭ ୨୦୨୧ ଜୁନ ୩୦ ତାରିଖ ଯାଏଁ ରହିବ

କଣ ଲାଭ ମିଳିବ ଜାଣନ୍ତୁ :

– ସେକ୍ସନ 43.C ଏବଂ 50.C ଅନୁସାରେ କ୍ରେତା ଓ ବିକ୍ରେତାଙ୍କୁ ଟ୍ୟାକ୍ସ ଦେବାକୁ ପଡୁଥିଲା

– ଷ୍ଟାମ୍ପ ଡ୍ୟୁଟି ଓ ଏଗ୍ରିମେଣ୍ଟ ଭେଲ୍ୟୁରେ ୧୦ ପ୍ରତିଶତରୁ ଅଧିକ ଅନ୍ତରରେ L.T.C.G ଟ୍ୟାକ୍ସ ଦେବାକୁ ପଡୁଥିଲା

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ଆତ୍ମନିର୍ଭର ଭାରତ ପ୍ୟାକେଜ ୩.୦ ଘୋଷଣା କରିଥିଲେ । ଏହି ପ୍ୟାକେଜରେ ସେ ଏହି ରିହାତି ଘୋଷଣା କରିଥିଲେ । ଅର୍ଥମନ୍ତ୍ରୀ ଗୁରୁବାର ଦିନ ୨.୬୫ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଏହି ପ୍ୟାକେଜରେ ସରକାର ବ୍ୟବସାୟୀଙ୍କ ସହ ଶ୍ରମିକ, ଚାଷୀ ଓ ମଧ୍ୟବିତ୍ତଙ୍କୁ ମଧ୍ୟ ଆଶ୍ବସ୍ତି ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଥିଲେ ଯେ, ଘର କ୍ରେତା ଓ ଡେଭେଲପର୍ସଙ୍କୁ ଆୟକରରେ ଆଶ୍ବସ୍ତି ଦିଆଯାଉଛି । ସର୍କଲ୍ ହାର ଏବଂ ଏଗ୍ରିମେଣ୍ଟ ଭେଲ୍ୟୁର ଅନ୍ତର ୧୦ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଆପଣ ବିଭିନ୍ନ ଜିନିଷ କିଣି ଗୋଟିଏ ବାସ୍କେଟରେ ପ୍ୟାକ କରୁଛନ୍ତି କିମ୍ବା ଏକାସଙ୍ଗେ ପ୍ୟାକ କରି ଉପହାର ଦେଉଛନ୍ତି ତାହେଲେ ଭିନ୍ନ ଭିନ୍ନ ଜିଏସଟି ପ୍ରଡକ୍ଟର ଏକାସଙ୍ଗେ ପ୍ୟାକେଜିଙ୍ଗରେ ଜିଏସଟି ଲାଗିବ । ବାସ୍କେଟରେ ଥିବା ସବୁଠାରୁ ଅଧିକ ଜିଏସଟି ଥିବା ପ୍ରଡକ୍ଟ ହିସାବରେ ବାସ୍କେଟ ଉପରେ ଟ୍ୟାକ୍ସ ଲଗାଯିବ । ଏହାଫଳରେରେ ରିହାତି ଦରରେ ଥିବା ସାମଗ୍ରୀ ଉପରେ ଜିଏସଟି ଲାଗିବ ।

Show More
Back to top button