

ସତ୍ୟଶିଖା(କଟକ )୧୭.୦୬. ୨୦୨୨ : ଷ୍ଟାର ଦମ୍ପତି ଅନୁଭବ-ବର୍ଷା ପାରିବାରିକ ବିବାଦରେ ହାଇକୋର୍ଟ ଉଭୟଙ୍କୁ ତାଗିଦ୍ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ପ୍ରସଙ୍ଗ ନେଇ କୌଣସି ମନ୍ତବ୍ୟ ବା ଭିଡିଓ ପୋଷ୍ଟ ନକରିବାକୁ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଡ଼ା ତାଗିଦ୍ କରିଛନ୍ତି ଓଡ଼ିଶା ହାଇକୋର୍ଟ। କେହି କାହା ବିରୋଧରେ କୌଣସି ମନ୍ତବ୍ୟ ନଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଉଭୟଙ୍କ ସମ୍ପର୍କିତ ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ ଅନୁଭବଙ୍କୁ ନିର୍ଦେଶ ଦିଆଯାଇଛି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ଭିଡିଓ ଶେୟାର କରି ତାଙ୍କର ଓ ବର୍ଷାଙ୍କର ବ୍ୟକ୍ତିଗତ ଜୀବନ ନେଇ ବିଭିନ୍ନ କଥା କହୁଥିବା ବେଳେ ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା। ଏହି ମାମଲାର ବିଚାର କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।