ରାଜ୍ୟ

ଅପରେସନ ଗ୍ରୀନ୍ କ୍ଲିନ୍

ସତ୍ୟଶିଖା (ଗଜପତି) ୨୧.୧୨.୨୦୨୦ : ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ୍ କ୍ଲିନ୍ । ମୋହନା ଥାନା ଜରଉ ପଞ୍ଚାୟତରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଛି । ଏହି ଚଢାଉରେ ପ୍ରାୟ  ୧୮ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଯାହାର ଆନୁମାନିକ  ମୁଲ୍ୟ ପ୍ରାୟ ୧୮କୋଟି ରୁ ଅଧିକ ହେବ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବାଲିପଦର ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ଓ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ଓ ପୋଲିସକୁ ସୂଚନା ମିଳିଥିଲା । ଉଭୟ ପୋଲିସ ଓ ଅବକାରୀ ବିଭାଗ ଖବର ପାଇଁ ସଂପୃକ୍ତ ଗାଁରେ ଚଢାଉ କରିଥିଲେ । ଏହି ଚଢାଉରେ ପ୍ରାୟ ୯୩ ଏକର ଜମିରେ ଗଞ୍ଜେଇ ଚାଷ୍ଟ ହୋଇଥିବା ଜଣାପଡିଥିଲା । ଯାହାକୁ ଅବକାରୀ ବିଭାଗ ଓ ପୋଲିସ ସମସ୍ତ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି । ତେବେ ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ  ମୁଲ୍ୟ ପ୍ରାୟ ୧୮ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଅପରେସନରେ ଗ୍ରାନ୍‌ କ୍ଲିନ୍‌ରେ ରାଜସ୍ୱ ବିଭାଗର କର୍ମଚାରୀ ମଧ୍ୟ ସାମିଲ ଥିଲେ ।

Show More
Back to top button