ଦେଶ

ଆହୁରି ୪ ଯବାନ ଗୁରୁତର,ଏକାଧିକ ନିଖୋଜ!

ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଚାଇନା ସହ ସଂଘର୍ଷରେ ଆହୁରି ୪ ଜଣ ଭାରତୀୟ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସେନା ସୂତ୍ରରୁ ଜଣାପଡ଼ିଛି। ସେହିପରି ସୋମବାର ରାତିରେ ଘଟିଥିବା ସଂଘର୍ଷ ବେଳେ କିଛି ଭାରତୀୟ ଯବାନ ନିକଟସ୍ଥ ନଦୀକୁ ଖସି ପଡ଼ିଥିବା ଆଶଙ୍କା କରାଯାଉଛି। କେବଳ ଭାରତର ନୁହେଁ ଚାଇନାର କିଛି ଯବାନ ବି ସଂଘର୍ଷ ବେଳେ ନଦୀକୁ ଖସି ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ହେଲେ ସେନା ପକ୍ଷରୁ ଏଯାଏ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ।

ସୋମବାର ରାତିରେ ଗଲୱାନ ଭ୍ୟାଲିରେ ଦୁଇ ଦେଶର ସେନା ଯବାନ ମୁହାଁମୁହିଁ ହୋଇଥିଲେ। ଉଭୟେ ପରସ୍ପରକୁ ଟେକା ପଥର ମାଡ଼ କରିବା ସହ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏପରି କି ବେସ୍‌ ବଲ ଷ୍ଟିକ୍‌ରେ ଲୁହା ତାର ଗୁଡ଼ାଇ ମଧ୍ୟ ପରସ୍ପରକୁ ମାଡ଼ ମାରିଥିଲେ।

ଆହୁରି ପଢ଼ନ୍ତୁ

ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ପ୍ରଥମେ ୩ ଜଣ ପ୍ରାଣ ହରାଇଥିବା କୁହାଯାଇଥିଲା। କିନ୍ତୁ ରାତିରେ ସେନା ପକ୍ଷରୁ ଆଉ ୧୭ ଜଣ ଯବାନ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା କଥା କୁହାଯାଇଛି।

ସେହିପରି ଭାରତର ପାଲଟା ଆକ୍ରମଣରେ ପ୍ରାୟ ୪୩ ଜଣ ଚାଇନା ଯବାନ ମୃତାହତ ହୋଇଥିବା ସୂଚନା ମିଳିଛି। ହେଲେ ଚାଇନା ତରଫରୁ କିଛି ବି କୁହାଯାଇ ନାହିଁ।

[ad_2]
Show More
Back to top button