ଦେଶ

ଭୁଟାନ୍ କହିଲା, ଆମେ କାହିଁକି କରିବୁ ଏମିତି ଭୁଲ୍?

ନୂଆଦିଲ୍ଲୀ: ଭାରତକୁ ଆସୁଥିବା ନଦୀ ପାଣିକୁ ଭୁଟାନ ଅଟକାଇଛି। ଏଭଳି ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭୁଟାନର ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ଏଭଳି ଖବରକୁ ଖଣ୍ଡନ କରିଛନ୍ତି ଭୁଟାନ ସରକାର। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ କରିବା ପାଇଁ ଏଭଳି ସୁଚିନ୍ତିତ ଖବର ପ୍ରକାଶ ପାଉଛି ବୋଲି ଭୁଟାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।

ଜୁନ୍ ୨୪ ପାଖରୁ ଭୁଟାନ ପାଣି ଅଟକାଉଛି ବୋଲି ଅନେକ ଖବର ପ୍ରକାଶ ପାଉଛି। ଏହାଦ୍ୱାରା ସୀମାରେ ଥିବା ଆସାମର ବକ୍ସା ଏବଂ ଉଦଳଗୁରୀ ଜିଲ୍ଲା, ଜଙ୍ଗଖର ଜିଲ୍ଲାର ଲୋକମାନେ ଅନେକ ଅସୁବିଧାରେ ପଡ଼ିଛନ୍ତି ବୋଲି ଖବର ପ୍ରକାଶ ପାଇଛି। ତେବେ ଏହା ସମ୍ପୂର୍ଣ୍ଣ ମିଛ ଖବର। ଭୁଟାନ୍ ଏଭଳି ନିଷ୍ପତ୍ତି କାହିଁକି ନେବ ବୋଲି ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟାରେ କହିଛି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ଭୁଟାନ୍ ପାଣି ଅଟକାଉଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆସାମର ଅନେକ ଜିଲ୍ଲାର ଚାଷୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏମିତିକି ଗୁରୁବାର ଚାଷୀ ମାନେ ଭୁଟାନ ସରକାର ବିରୋଧରେ ପ୍ରଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button