

ସତ୍ୟଶିଖା( ଭୁବନେଶ୍ୱର )୦୧.୦୩.୨୦୨୨ : ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୬୯ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୯ ପଜିଟିଭ୍ ରହିଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ରାଜ୍ୟର ୩୦ ଜିଲ୍ଲାରୁ ୨୪ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ ଜିଲ୍ଲାରେ କୌଣସି କରୋନା ମାମଲା ଆସିନାହିଁ। ତେବେ ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ସମ୍ବଲପୁରରୁ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ସର୍ବାଧିକ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛି। ସେହିପରି ଗଜପତିରୁ ୨୨, ଝାରସୁଗୁଡାରୁ ୧୬, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୧୪ ଜଣ ଲେଖାଏଁ ଏବଂ କେନ୍ଦ୍ରାପଡ଼ାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୨୦୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗତକାଲି ୪୩୦ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୭୩୪କୁ ବୃଦ୍ଧି ହୋଇଛି। ଏବେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୨୩୪୦କୁ ହ୍ରାସ ପାଇଥିବା ଜଣାପଡିଛି।