ଦେଶନ୍ୟୁଜ୍

ଆଜି ନୂତନ CJI ଭାବେ ଶପଥ ନେବେ ଜଷ୍ଟିସ ଉଦୟ ଉମେସ ଲଲିତ

ସତ୍ୟଶିଖା( ନୂଆଦିଲ୍ଲୀ )୨୬.୦୮ . ୨୦୨୨:  ଆଜି ସରୁଛି ସୁପ୍ରିମ୍‌କୋର୍ଟର ୪୮ତମ ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍‌.ଭି. ରମଣାଙ୍କ କାର୍ଯ୍ୟକାଳ । ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ରୂପେ ୧୬ ମାସର କାର୍ଯ୍ୟକାଳରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ। ଜୁଲାଇ ୧୨, ୨୦୨୧ରେ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ଜଷ୍ଟିସ୍ ରମଣା‌ଙ୍କ ରାୟ  ଚର୍ଚ୍ଚାରେ ରହିଥିଲା।

ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍‌ ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ସର୍ବାଧିକ ୧୧ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ଫଳରେ ଓଡିଶା ହାଇକୋର୍ଟରେ ୧୦ ଜଣ ବିଚାରପତିଙ୍କ ନିଯୁକ୍ତି ହୋଇପାରିଥିଲା। ୧୬ ମାସର କାର୍ଯ୍ୟକାଳରେ ଜଷ୍ଟିସ ରମଣା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ଯୁଗ୍ମ ସମ୍ମିଳନୀ ଆୟୋଜନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଆଜି ନୂତନ CJI ଭାବେ ଶପଥ ନେବେ ଜଷ୍ଟିସ ଉଦୟ ଉମେସ ଲଲିତ ।

Show More
Back to top button