ନ୍ୟୁଜ୍
ଖୁବଶୀଘ୍ର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ପୁଟିନ ।


ସତ୍ୟଶିଖା ୦୮/୦୮/୨୦୨୫: ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ଏକ ପ୍ରକାର ଚୁଡ଼ାନ୍ତ ହୋଇଛି । ଖୁବଶୀଘ୍ର ତାରିଖ ଘୋଷଣା ହେବ ବୋଲି ସେ କହିଛନ୍ତି । ଚାରି ବର୍ଷ ପରେ ପୁଟିନଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ। ଭାରତ, ରୁଷିଆ ଓ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବଡ଼ ରଣନୀତି ପ୍ରସ୍ତୁତ କରିବା ସମ୍ଭାବନା ରହିଛି ।
ଭାରତୀୟ ଆମଦାନୀ ଉପରେ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଗତକାଲି ଠାରୁ କାର୍ଯ୍ୟକାରୀ ହୋଇଛି। ରୁଷିଆ ସହିତ ବାଣିଜ୍ୟ ସମ୍ପର୍କକୁ ନେଇ ଆଉ ଅତିରିକ୍ତ 25 ପ୍ରତିଶତ ଟାରିଫ ବୃଦ୍ଧି ଧମକ ଦେଇଥିବାରୁ ପୁଟିନଙ୍କ ଭାରତ ଗସ୍ତର ଗୁରୁତ୍ବ ବୃଦ୍ଧି ପାଇଛି । ତେବେ ବାଣିଜ୍ୟ କ୍ଷେତ୍ରରେ ଆମେରିକାକୁ ଚେକ୍ ଦେବାକୁ ଭାରତ-ରୁଷିଆ ବଡ଼ ପଦକ୍ଷେପ ନେଇପାରନ୍ତି ।