ନ୍ୟୁଜ୍ରାଜ୍ୟ

ଖୋଲିଲା ହୀରାକୁଦର ଆଉ ୪ ଗେଟ୍‍

ସତ୍ୟଶିଖା( ଭୁବନେଶ୍ୱର )୧୩.୦୮ . ୨୦୨୨: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଛି। ତେବେ ଏହା ମଧ୍ୟରେ ଆଗାମୀ ୧୨ ଘଣ୍ଟାରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ମିଳିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ। ଫଳରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ୧୪ ଜିଲାରେ ପ୍ରବଳ ବର୍ଷା ହେବ। ଅଗଶିଷ୍ଟ ୧୬ ଜିଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ।
ଏହା ମଧ୍ୟରେ ଲଘୁଚାପ ପ୍ରଭାବରେ ଟ୍ୱିନ ସିଟିରେ ଦିନ ତମାମ ବର୍ଷା ଲାଗି ରହିବ। ପ୍ରବଳ ବର୍ଷା ଯୋଗୁଁ ଟ୍ୱିନ ସିଟିରେ ସହରୀ ବନ୍ୟାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।ଘଣ୍ଟାକୁ ୨ ରୁ ୩ ସେମି ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଟ୍ରାଫିକ୍‍ ସମସ୍ୟା ଓ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହେବ। ଏହା ସହ କଟକ ଓ ଭୁବନେଶ୍ୱରର ତଳିଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି।
ଉପରମୁଣ୍ଡରେ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି କାରଣରୁ ଆଉ ୪ଟି ଗେଟ୍‍ ଆଜି ଖୋଲା ଯାଇଛି। ବର୍ତ୍ତମାନ ମୋଟ ୨୪ଟି ଗେଟ୍‍ ଦେଇ ଜଳନିଷ୍କାସନ ଜାରି ରହିଛି। ବାମ ପଟରୁ ୧୬ଟି ଓ ଡାହାଣ ପଟୁ ୮ଟି ଗେଟ୍‍ ଖୋଲାଯାଇଛି।

Show More
Back to top button