ନ୍ୟୁଜ୍ସ୍ୱାସ୍ଥ୍ୟ

ଆଖି ଉପରେ ବି ସାଂଘାତିକ ପ୍ରଭାବ ପକାଏ ପ୍ରଦୂଷଣ

ସତ୍ୟଶିଖା(ଭୁବନେଶ୍ୱର) ୧୩.୧୧.୨୦୨୧: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ବର୍ତ୍ତମାନ ଦେଶର ବିଭିନ୍ନ ସହରର ବାୟୁ ପ୍ରଦୂଷିକ ହେବାରେ ଲାଗିଛି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଅନୁସାରେ, ପୃଥିବୀର ଟପ୍ ୧୦ ପ୍ରଦୂଷିତ ସହର ମଧ୍ୟରେ ରହିଛି ଭାରତର ୩ଟି ସହର । ସେଗୁଡ଼କ ହେଲା ଦିଲ୍ଲୀ, ମୁମ୍ବାଇ ଓ କୋଲକାତା । କିନ୍ତୁ ଅନ୍ୟ ଦୁଇଟି ସହର ମଧ୍ୟରୁ ଦିଲ୍ଲୀର ବାୟୂର ପ୍ରଦୂଷଣ ସ୍ତର ଗୁରୁତର ଲେବଲ୍ ରେ ପହଞ୍ଚିଛି । ତେବେ ଏହି ପ୍ରଦୂଷଣ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଭୀଷଣ ପ୍ରଭାବ ପକାଉଛି । ବିଷାକ୍ତ ବାୟୁ ଯୋଗୁଁ ନିଶ୍ୱାସ ନେବାରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା ।

ଆମେ ସମସ୍ତେ ଜାଣିଛୁ ଯେ, ବିଷାକ୍ତ ବାୟୁର ପ୍ରଭାବ ମଣିଷ ଶରୀରର ଫୁସଫୁସ୍ କୁ ହାନି ପହଞ୍ଚାଇଥାଏ । ହେଲେ ନିକଟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ବାୟୁ ପ୍ରଦୂଷଣ କେବଳ ଫୁସଫୁସ୍ ଉପରେ ନୁହେଁ ବରଂ ଆଖିର ଦୃଷ୍ଟି ଶକ୍ତି ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇଥାଏ । ତେବେ ଚାଲନ୍ତୁ ଜାଣିବା କିପରି ଭାବରେ ଆଖିକୁ ପ୍ରଭାବିତ କରିଥାଏ ।

ବାସ୍ତବରେ, ଭାରତରେ ଅନେକ ସହର ଅଛି ଯେଉଁଠାରେ ଇଛଓ ୪୦୦ ରୁ ଅଧିକରେ ପହଞ୍ଚିଛି ଜ୍ଝ ଏଭଳି ପରିସ୍ଥିତିରେ ଲୋକମାନଙ୍କର ଆଖି ମଧ୍ୟ ଏହି ବିଷାକ୍ତ ବାୟୁ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବାବେଳେ ପ୍ରଦୂଷଣ କେବଳ ଶ୍ୱାସ ରୋଗ ଭଳି ରୋଗରେ ସୀମିତ ରହିଥାଏ ଜ୍ଝ ଏହି ପରିପ୍ରେକ୍ଷୀରେ ପ୍ରଦୂଷଣ ହେତୁ ଚକ୍ଷୁ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ ବୋଲି ଡାକ୍ତର ମାନେ କହିଛନ୍ତି । ପ୍ରଦୂଷଣ ହେତୁ ଆଖିରେ ଶୁଷ୍କତା ଏବଂ ଆଲର୍ଜି ସମସ୍ୟା ଅଧିକ ଦେଉଥିବା ଜଣାପଡ଼ଛି । ଡାକ୍ତରଙ୍କ କହିବାନୁସାରେ, ଆଖିରେ ଆର୍ଦ୍ରତା ଏବଂ ପୁଷ୍ଟିକର ଖାଦ୍ୟ ପାଇଁ ପର୍ୟ୍ୟାପ୍ତ ମାତ୍ରାରେ ଲୁହ ନ ହେଉଥିବାରୁ ଡ୍ରାଇ ହାଇ ସିଣ୍ଡ୍ରୋମ୍ ସମସ୍ୟା ଦେଖାଦେଇପାରେ । ବାୟୂ ପ୍ରଦୁଷଣ ଆଖିର କୋଷିକାକୁ ପ୍ରଭାବିତ କରିଥାଏ । ଯାହା ଦ୍ୱାରା ଶୁଷ୍କତା, ଲାଳିମା, ଯନ୍ତ୍ରଣା, ଆଖିରେ ଆଲୋକ ପ୍ରତି ସମ୍ବେଦନଶୀଳତା ଭଳି ସମସ୍ୟା ସୃଷ୍ଟି ହୁଏ । ପ୍ରଦୂଷିତ ବାୟୁରେ ନାଇଟ୍ରିକ୍ ଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଏବଂ ସଲଫର୍ ଡାଇଅକ୍ସାଇଡ୍ ପରି ଉପାଦାନ ଗୁଡିକର ଉପସ୍ଥିତି ହେତୁ ଆଖିରେ ଅଧିକ କ୍ଷତି ହୋଇଥାଏ । ଏହାଦ୍ୱାରା ଆଖିର ଦୃଷ୍ଟି ଶକ୍ତି ଚାଲିଯିବାର ଆଶଙ୍କା ଅଧିକ ରହିଥାଏ ।

Show More
Back to top button