ଦୁର୍ଘଟଣା
ମା’ ମୋବାଇଲ୍ ଦେଖିବାକୁ ବାରଣ କରିବାରୁ ପୁଅ ବିଷ ପିଇ ଦେଲା


ସତ୍ୟଶିଖା (ଭୁବନେଶ୍ୱର ) ୨୩.୦୯.୨୦୨୩ : ମା’ ମୋବାଇଲ୍ ଦେଖିବାକୁ ବାରଣ କରିବାରୁ ପୁଅ ବିଷ ପିଇ ଦେଲା । ମୋବାଇଲ୍ ପାଇଁ ବିଷ ପିଇବା ଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବରଦାପାଳ ଗାଁରେ । ସୂଚନା ଅନୁସାରେ ବରଦାପାଳ ଗାଁର ଯଶୋଦା ମୁଣ୍ଡାଙ୍କ ପୁଅ ସିପୁନ୍ ମୁଣ୍ଡା ବାପାଙ୍କ ମୋବାଇଲରେ ଖେଳୁଥିଲେ ।
ବାରମ୍ବାର ମନା କରିବା ପରେ ମଧ୍ୟ ଅଷ୍ଟମ ଶ୍ରେଣୀର ଛାତ୍ର ସିପୁନ୍ ମା’ଙ୍କ କଥା ଶୁଣୁନଥିଲେ । ଏଥିରେ ରାଗି ଯାଇ ମା’, ପୁଅ ହାତରୁ ମୋବାଇଲ୍ ଛଡ଼ାଇ ନେଇଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ସିପୁନ୍ ବିଷ ପିଇ ଦେଇଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।