ଖେଳବିଦେଶମନୋରଞ୍ଜନ

ସ୍କୁବା ଡାଇଭର ସମୁଦ୍ର ଗର୍ଭରେ ବିତାଇଲେ ୧୪୫ ଘଣ୍ଟା

ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୧/୨୦୨୦ : ଗଭୀର ପାଣି ଭିତରେ ୬ ଦିନ ରହିବାର ନୂଆ ବିଶ୍ବ ରେକର୍ଡ । ସମୂଦ୍ର ଭିତରେ ୧୪୫ ଘଣ୍ଟା ରହି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସାମିଲ ହେବାକୁ ଯାଉଛନ୍ତି ଜଣେ ସ୍କୁବା ଡାଇଭର । ଇଜିପ୍ଟର ସ୍କୁବା ଡାଇଭର ୨୬ ବର୍ଷୀୟ ସଦାମ ଅଲ କିଲାନି ଏବେ ଏହି ବିରଳ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି ।

ତେବେ ସଦାମଙ୍କ ସମସ୍ତ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଗିନିଜ୍‌ ବୁକ୍‌ ଅଫ ରେକର୍ଡସକୁ ପଠାଯାଇଛି । ଏହାର ଯାଞ୍ଚ ପରେ ତାଙ୍କୁ ଟାଇଟଲ୍‌ ମିଳିବାକୁ ଥିବା ବେଳେ ସଂଗଠନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସଦାମ ଦାହାବ ଉପକୂଳରେ ରେଡ୍‌ ସି ମଧ୍ୟରେ ନଭେମ୍ବର ୫ରୁ ୧୪୫ ଘଣ୍ଟା ୩୦ ମିନିଟ୍‌ ପାଣି ଭିତରେ ରହିଥିଲେ । ତେବେ ସଦାମ ନିଜର ଏକ ପୂରୁଣା ରେକର୍ଡକୁ ନିଜେ କାଟିଛନ୍ତି । ୨୦୧୭ରେ ସଦାମ ୧୨୧ ଘଣ୍ଟା ରହି ରେକର୍ଡ କରିଥିଲେ ।

ତେବେ ଏଭଳି ଏକ ବିଶ୍ବ ରେକର୍ଡ କରିବା ପଛରେ ମେଡିକାଲ ଏକ୍ସପର୍ଟ ଓ ସାଥି ସ୍କୁବା ଡାଇଭରମାନଙ୍କ ସହଯୋଗ ରହିଥିବା ସଦାମ କହିଛନ୍ତି । ଏହା ସହ ସେ ପାଣି ଭିତରେ ୧୫୦ ଘଣ୍ଟା ରହବିକୁ ଯୋଜନା କରିଥିଲେ ହେଁ ୧୪୫ ଘଣ୍ଟା ୩୦ ମିନିଟ୍‌ ରହିପାରିଥିଲେ ବୋଲି କହିଛନ୍ତି । ପାଣି ଭିତରେ ରହିବାର ବିଶ୍ବ ରେକର୍ଡ ପୂର୍ବରୁ ସଦାମ ଚର୍ଚ୍ଚାରେ ଥିଲେ । ନିଜର ଭାବି ପତ୍ନୀ ପିଆ ଲେଗୋରାଙ୍କ ସହ ନିର୍ବନ୍ଧ ପାଣି ଭିତରେ ହିଁ କରିଥିଲେ ସଦାମ ଅଲି କିଲାନି ।

Show More
Back to top button